STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

କଣ ଜରୁରୀ ଥିଲା

କଣ ଜରୁରୀ ଥିଲା

1 min
253


ଝିଅଟିର 

ମନ ମହମ

ରଙ୍ଗ ଗହମ

ପରି ହେବା କଣ ଜରୁରୀ 

ଆଖି ନାକ ନକ୍ସା 

ସବୁ କଣ ଚିତ୍ରକର ତୁଳିରେ 

ଖୁବ ଯତ୍ନରେ ଅଙ୍କା ହେବା ଜରୁରୀ.. 

ମାସ ଗଡିଯାଏ 

ଭାରିହୁଏ ପାଦ 

ୠତୁମତୀ ପାଲଟୁଥାଏ ଇଚ୍ଛାମତି,

ମମତାର ପହିଲି ଅଙ୍କୁରୋଦଗମ 

ଛୋଟ ଛୋଟ ଖୁସି 

ମିଠା ଖଟା ଇଚ୍ଛା ସବୁ 

ବଢ଼ୁଥାନ୍ତି ପ୍ରତିକ୍ଷିତ ଆଗମନ ପାଇଁ .... 


ଅରପଟେ କିନ୍ତୁ 

ହିସାବ ପଡୁଥାଏ 

ଭାଗମାପ, 

ରଙ୍ଗ ଆଉ ଭାଙ୍ଗର

ସର୍ଜନାର ବିଶ୍ୱକର୍ମା ବି ନିରବି

ଯାଆନ୍ତି ଅପେକ୍ଷିତ ମୁହୂର୍ତ୍ତ 

ପାଖେଇ ଆସିଲା ବେଳେ 

ଖୁଣ କିଛି ରହିଯିବ ପରା । 


ଏନ୍ତୁଡ଼ିଶାଳ ଆଗେ ଭିଡ଼ ଜମେ 

ଲକ୍ଷ୍ମୀ ଆସିବାର ସୂଚନା 

ସେମିତି କିଛି ବିଶେଷ 

ପାଗଭିଡି ପାରେନା, 

ଯେତେ ସବୁ ଛୋପରା ଦାନ୍ତ ନିକୁଟା 

ସମ୍ପର୍କ ବାଟ ଭାଙ୍ଗି ଯାଉ ଯାଉ 

"ଝିଅ "--- ଖେଳିବାକୁ ଆଉ ଏକ କଣ୍ଢେଇ ମିଳିବାର ହିସାବ କରୁ କରୁ 

ମା' କିନ୍ତୁ ଉଷ୍ମ 

ଲୋହିତ ସ୍ରାବକୁ ପ୍ରାପ୍ତ କରୁଥାଏ.... 

ପ୍ରସବ ଯନ୍ତ୍ରଣାରେ ନିଷ୍କ୍ରିୟ ହେଇଥିବ ଅଣ୍ଟାରେ ଭରୁଥାଏ 

ଶକ୍ତିର ଆୟୁଧ, 

ଲଢ଼ିବାକୁ... 

ଯୁଝିବାକୁ... 

ଲେଖିବାକୁ ସଦ୍ୟ ଉଚ୍ଚାରିତ 

ବର୍ତ୍ତମାନର ବାସ୍ତବ ଵିଵରଣ..

ଏଇତକ ତ ଜରୁରୀ ଥିଲା,

ଅତ୍ୟନ୍ତ ଆବଶ୍ୟକ ଥିଲା,

ନିହାତି ଦରକାର ଥିଲା...।




Rate this content
Log in