STORYMIRROR

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ଅପା ଓଢଣୀ

ଅପା ଓଢଣୀ

1 min
46


ଅପା ର ଓଢଣୀ 

ସନ୍ଧ୍ୟା ର ସ୍ତିମିତ ପ୍ରଦୀପଟିଏ 

ଶୀତ ସକାଳ ର ପହିଲି କିରଣ 

ଅବା ଉତପ୍ତ ମାଧ୍ୟାନ୍ହ ର ଶୀତଳ ବାଆ 

ସାଧାରଣ ଚାରିହାତି ଲୁଗା ଟିଏ ତ.. 

ହେଲେ ତାରି ଭିତରେ ଥାଏ 

ଚାରି ଯୁଗ କୁ ସାଉଁଟି ଆଣି 

ବାନ୍ଧିବାର କ୍ଷମତା.. 

ତେତିଶ କୋଟି ଦିଅଁ ଦେବତା ଙ୍କୁ 

ଡାକିବାର ଅସମ୍ଭବ ଦକ୍ଷତା... 

ପ୍ରତି ସୁତା ରେ ଗୁନ୍ଥା ହେଇଥାଏ 

ଅସମ୍ଭବ କୁ ସମ୍ଭବ କରିବାର ମାନସିକତା.. 


ଅପା ଓଢଣି...

ଡାକି ଦେଉ ଦେଉ ଉଭା ହୁଏ

କାରଣ ନ ପଚାରି କରିଦିଏ 

ସବୁ ଅପ୍ରତ୍ୟାଶିତ ତମାମ କାମ ସବୁ 

ସବୁ ପ୍ରଶ୍ନ ଉତ୍ତର 

ସବୁ କଷ୍ଟର ଉପଶମ..

ଲୁହ ପୋଛିବାକୁ 

ଝାଳ ଶୋଷିବାକୁ 

ମୁହଁ ରଖିବାକୁ 

ଛାତି ଢାଙ୍କିବାକୁ,, 

ହାଣ୍ଡି ଧରିବାକୁ,, 

ମାଥା ରେ ଓଢଣା 

ଦେହ ର ଢାଂକନା,, 

ସବୁଥିରେ ସବୁବେଳେ 

ଅପା ର ଓଢଣୀ.... 


ଅପା ଓଢଣୀ... 

ଯେତିକି କଥା 

ସେତିକି କାହାଣୀ 

ସାଇତିଛି ସେ ନିର୍ଜୀବ ସୁତାର ତଳେ, 

ଯାବତୀୟ ଦୁଃଖ 

ତମାମ ଖୁସି 

ଅସରନ୍ତି ଦୟା 

ପୁଳା ପୁଳା ଭଲ ପାଇଵା ;

ସବୁ ସେଇ ଅପା ଓଢଣୀ ରେ, 

ଯେତେ ମାଗିଲେ ସେତେ ମିଳେ 

କେମିତିକା ଚିଜ ଟିଏ ଯେ,, 

ଖାଲି ଦେଇ ଜାଣେ 

ନେଇ ଜାଣେନା,, 

ଥାନେ ଥାନେ ଚିରି ଗଲାଣି 

ହେଲେ ସ୍ନେହ ପ୍ରେମ ଅତ୍ମୀୟତା 

ଦୟା ଧର୍ମ ବିନୟତା କିଂତୁ 

 ଭରିଛି ସୁତା ସୂତାରେ 

ତେଣୁ ନାମ ବା ଉଚ୍ଚାରଣ ହିଁ ଯଥେଷ୍ଟ 

ଅପା ଓଢଣୀ ଆମ ଘୋଡଣି..... 

 ଅହେତୁକ ଦମ୍ଭ 

ଅୟୁତ ଯୁଗ ର ଖମ୍ବ.... 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational