STORYMIRROR

ମିତା ପଟନାୟକ

Classics

3  

ମିତା ପଟନାୟକ

Classics

ମୁଁ ଆଉ ତୁ

ମୁଁ ଆଉ ତୁ

1 min
278


ଏଇ ଶୁଣ....

ତୋତେ କହୁଛି ପରା , 

ହଁ, ତୋତେ ହିଁ କହୁଛି 

ଆଖିର ପରଳ

ମନ ଭିତର ଗରଳ 

ସବୁ ଉଦ୍ଗାରି ଥୋଇଦେ, 

ବାଡ଼ିଆଡ଼ ଭଙ୍ଗା କାନ୍ଥ ଉରେ

ସେ କାଳିଆ ମୋଟା ଡାମରା ଟା କଣ ଲୋଭି 

 ଅଲବତ ଖୁମ୍ପି ଚଳୁ କରିଦେବ..... 


ମୁଁ, ହିଁ କହିଥିଲି ତୋତେ 

ମନ ସିଲଟରେ ଅକ୍ଷର କରି 

ହାତଧରି ମଡ଼େଇ ଶିଖେଇ ଦେଉଥିଲି 

ହାଉଲେ ହାଉଲେ ବଂଚିବାର 

ସବୁ ଲିଖିତ କାଇଦା କାନୁନର ଡିଗ୍ରୀ 

କଳେ ବଳେ କୌଶଳେ ମୁଠେଇ ନେଲୁ.... 

ମୁଁ... ଗର୍ବ କରୁଥିଲି 

ମୋ ଗୁରୁ ପଣିଆ

ପାରୁକୁ ପଣିଆକୁ ନେଇ...


ଟାଣି ନେଇ ଠିଆ କରେଇଦେଲି 

ସଂସାର ହାଟ ମଝିରେ,

ତୁ, ଇତଃସ୍ତତଃ 

ଅବାକ, ନାଚାର.. 


ମୁଁ... 

କିନ୍ତୁ ମଜା ନେଉଥିଲି 

ଯେତେବେଳେ ତୁ ଯୁଝୁଥିଲୁ 

ଛୋଟ ଆଖିର ଟୋପେ ଲୁହରେ 

ପହଁରି ଆସିବାର ପ୍ରୟାସରେ 

ଏକ ପରିବର୍ତ୍ତିତ ପ୍ରତ୍ୟାଶାକୁ 

ମୁଠେଇ ନେବାର ସମର ସଜ୍ଜା 

ପାଇଁ ପ୍ରସ୍ତୁତ ହେଉଥିଲୁ..... 


ହଟାତ.... 

ତୁ, ବୁଲି ପଡି ଫିଙ୍ଗି ଦେଲୁ 

ଏକ ଅବ୍ୟକ୍ତ ଚାହାଣି... 

ଏକାଥରେ ମୁଁ ଆଉ ମୋର ସବୁ 

ପାରୁକୁ ପଣିଆର ସମ୍ରାଟ ବୋଲାଉଥିବା 

ସମସ୍ତ ଅହଂକାର ପଣ 

ମୋ, ଆଖି ସାମ୍ନାରେ ଭାସି ଯାଉଥିଲା 

ମୋରି ଆଖିର ଲୁଣାଜଳରେ..


ମୁଁ ଅନୁଭବ କରୁଥିଲି 

ବାସ୍ତବ ଆଉ ବାସ୍ତବତା କଥା 

ଦାଇତ୍ୱ ଆଉ କର୍ତ୍ତବ୍ୟର ମଥା 

ପରିବେଶ ଆଉ ପରିସ୍ଥିତିର ସତ୍ତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics