STORYMIRROR

ମିତା ପଟନାୟକ

Classics

3  

ମିତା ପଟନାୟକ

Classics

ଆକାଶ ଦୁଇ ଭାଗ ହେଲା ପରେ

ଆକାଶ ଦୁଇ ଭାଗ ହେଲା ପରେ

1 min
238


ଗର୍ବ ଆଉ ଦମ୍ଭ ରେ

 କହୁଥିଲେ ବାପା,

ଏ ପ୍ରାନ୍ତ ରୁ ସେ ପ୍ରାନ୍ତ ର ମାଲିକାନାସତ୍ୱ 

ଏପଟୁ ଦୈଘ୍ୟ ସେପଟୁ ପ୍ରସ୍ଥ ର

ସବୁ ହିସାବ, ଯାବତୀୟ ମାପଚୁପ,

ଜମିଜମା, ରାଜକୀୟ ଦସ୍ତାବିଜ

ସବୁ ତାଙ୍କର

କେବଳ ତାଙ୍କର...


ଆଜୀବନ ସାଇକେଲ ଚକାରେ

ଗଡୁଥିବା ବାପାଙ୍କ ଜୀବନ

ଗୁଣ୍ଡେ ଭାତ

ମୁନ୍ଦେ ତୋରାଣି ଭିତରେ

ଭଉଁରୀ ଖେଳୁ ଖେଳୁ

ସମୟ ଏଠୁ ଯାଇ ସେଠି ପହଞ୍ଚେ....


କପାଳରୁ ଗଡି ଆସୁଥିବା ଝାଳକୁ

ନାକ ରେ ଶୋଷି ଶୋଷ ମାରିବାର

କୌଶଳ କୁ ହାତେଇ

ସାଇକେଲ ଆଗରେ ବାବୁକୁ

ତିନିକୋଣିଆ ଗଦି ସିଟରେ 

 ବସେଇ ଦେଇ

ନିଜ ନାହକିଆ ଅଣ୍ଟା ବନ୍ଧୁଥିଲେ

ସାତ ଫଡା ନାଲି ଗାମୁଛାରେ....

ଜୀବନ ଗଡେ ଆଗକୁ

ବାପାଙ୍କ ବଳ କିନ୍ତୁ ସରି ସରି ଆସେ...


ଛୁଆ ବାବୁ ସବୁ ଦେଖେ

ହିସାବ ଲଗାଏ ବାପାଙ୍କୁ

ଆକାଶ ଅଗଣା ରେ

ଉଡେଇବାର ମନସାଙ୍କ...

ଅବୁଝା ହୁଏ ଜୀବନ ଗଣିତ..

ବାପା କିନ୍ତୁ ସରଳ ରୁ ସରଳତର ହେଉଥାନ୍ତି ଦିନପ୍ରତିଦିନ....


ଦିନ ଆଗାଏ..

ଏବେ ତ ସାରା ଆକାଶ ବାପୁର 

ଗୁଡ଼ି ସୁତା ର ମଞ୍ଜ

ନଟେଇର କାଠ

ଗୁଡ଼ି ଖୁବ ଉଚ୍ଚ ରେ ଉଡ଼ୁଛି

ବାପାଙ୍କୁ ଖୋଜୁଛି

ଡାକ ଦେଉଛି

ହେଲେ ବୁମେରାଙ୍ଗ ହେଇ ଫେରି ଆସେ ବାରମ୍ବାର,

ସମସ୍ତେ କାହନ୍ତି ବାପା କାଳେ

ତାରା ହେଲେ.....

ନା.... ମ...

ବାପା ମାନେ କଣ ମିଟ ମିଟ କରନ୍ତି

ବାପା ପରା ଚଷମା ତଳୁ

ସିଧା ଆଉ ସ୍ପଷ୍ଟ ଦେଖନ୍ତି

ବିକ୍ରମଦିତ୍ୟ ସମ

 ଆରାମ ଚେୟାରରେ ବସି

ଦରବାର କରନ୍ତି

 ଝଡ଼ ବର୍ଷା ବେଳେ

ବଡ଼ କଳା ଛତା ତଳେ

ନିଜେ ଭଜି ମୋତେ ଶୁଷ୍କ ରଖୁଥାନ୍ତି....


ଆଃ....

ବାପୁ ବଡ଼ ହେଲା

ବାପା ରହିଲେ ଫୋଟ ରେ 

ଶୁଖିଲା ଫୁଲ ଆଉ କର୍ପୁର ମାଳ ରେ

ଆକାଶ ଦୁଇ ଭାଗ ହେଲା ସତେ.......




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics