STORYMIRROR

Jagannath Barik

Classics

3  

Jagannath Barik

Classics

ପୁସ୍ତକ ମାଳିକା (ପ୍ରେମ ନିବେଦନ )

ପୁସ୍ତକ ମାଳିକା (ପ୍ରେମ ନିବେଦନ )

1 min
390

କଳାକଉତୁକୀ ରସରତ୍ନାକର ତୁହି

ରସକଲ୍ଲୋଳରେ ମନ ଦିଅ ତୁ ରସାଇ

ସାଜି ପ୍ରଣୟବଲ୍ଲରୀ

ପ୍ରେମସୁଧାନିଧି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ |


ଇଛାବତୀ ଲୀଳାବତୀ ଅନଙ୍ଗମଞ୍ଜରୀ

ପ୍ରେମକଳ୍ପଲତା ସଜ କଞ୍ଜ ବିମ୍ବାଧରୀ

ରଚି ଶୃଙ୍ଗାର ଶତକ

ପ୍ରେମ ପଞ୍ଚାମୃତେ ଭର ସର୍ବାଙ୍ଗେ ପୁଲକ |


ଉର୍ବଶୀ ଶର୍ମିଷ୍ଠା ପଦ୍ମାବତୀ ସମ ତୁହି

ଯୁଗଳ ରସ ଅମୃତ ଲହରୀରେ ମୋହି

ଆଗୋ ସ୍ତୁତି ଚିନ୍ତାମଣି

ଆସ ଅଙ୍କେ ବସ ମାନ ତେଜ ଗୋ ମାନିନୀ |


ଗୋପୀଭାଷା ଭାଗବତ ରାସଲୀଳା ସ୍ମର

ରାମାୟଣ ଭାରତର ଦ୍ଵିତୀ ଷଷ୍ଠ ଧର

ଚିତ୍ର କାବ୍ୟବନ୍ଧଦୟ

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଚିତ୍ତ କର ଜୟ |


ହେ ରସିକ ହାରାବଳୀ ଲବଣି ପ୍ରତିମା

ଲାବଣ୍ୟବତୀ ସୁମତି ଶ୍ରୀମତୀ ଉପମା

ତପସ୍ୱିନୀ ଭାବ ହର

ଭାଷେ ଜଗନ୍ନାଥ ପରିଣୟ ସୂତ୍ର ଧର |


Rate this content
Log in

Similar oriya poem from Classics