STORYMIRROR

Gouri Panda

Classics

4  

Gouri Panda

Classics

ଯୋଗ ଓ ଜୀବନ

ଯୋଗ ଓ ଜୀବନ

1 min
22.8K

ବହୁ ପୁରାତନ 

ଆମେ ସନାତନ 

ଅନାଦି ପ୍ରାଚୀନ

ଭାରତ ମହାନ

ଜପତପ ଏ ଭାରତ ଭୂଇଁ

କହେ ଭାରତ ଭୂଇଁ।

ତପ ଆଚରଣ 

ଆମ ଋଷିଗଣ

ତନ୍ତ୍ର ଯେ ସାଧନ

ମନ୍ତ୍ର ବିଚକ୍ଷଣ 

ରୋଗ ବ୍ୟାଧି ଦୂରେଇବା ପାଇଁ 

କହେ ଭାରତ ଭୂଇଁ।

ଯୋଗ ପ୍ରତିଦିନ 

ସୁସ୍ଥ ରଖେ ମନ

ସୁଖ ଆଗମନ

ବଢେ ବୁଦ୍ଧି, ଜ୍ଞାନ 

ଯୋଗ କର ରୋଗ ଦୂର ପାଇଁ।

କହେ ଭାରତ ଭୂଇଁ।

ବଜ୍ର, ସୁଖାସନ

ପଦ୍ମ, ତାଡାସନ

ବୃକ୍ଷ, ଶବାସନ

ବୀରଭଦ୍ରାସନ

କେତେ ଯେ ଆସନ ଆମ ପାଇଁ 

କହେ ଭାରତ ଭୂଇଁ।

ବ୍ୟାୟାମ, ଆସନ

ଯୋଗର ମିଶ୍ରଣ 

ହୁଏ ଆଗମନ

ସୁଖର ଜୀବନ 

ଏ ବାରତା ଆଜି ଆମ ପାଇଁ 

କହେ ଭାରତ ଭୂଇଁ।

ଯୋଗର ଦର୍ଶନ 

କରଇ ଆହ୍ବାନ 

ଯୋଗ ଅବଦାନ 

ସୁନ୍ଦର ଜୀବନ 

ସୁଖ ଜୀବନ ଟି ଆସେ ନେଇ

କହେ ଭାରତ ଭୂଇଁ।

କର ଅନୁଧ୍ୟାନ 

ଯୋଗରେ ଜୀବନ 

ନିର୍ମଳ ଚିନ୍ତନ

ହୁଏ ସ୍ବଚ୍ଛ ମନ

ଯୋଗକୁ ନିଅରେ ଆପଣେଇ

କହେ ଭାରତ ଭୂଇଁ।

କରି ମୂଲ୍ୟାୟନ

ବିଶ୍ୱବାସୀ ଗଣ

ଯୋଗରେ ମନନ

କଲେ ନିଗମନ

ଏ ଜୀବନ ସୁସ୍ଥ, ସ୍ବଚ୍ଛ ପାଇଁ। 

କହେ ଭାରତ ଭୂଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics