STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମଙ୍ଗଳ କରିବୁ ମଙ୍ଗଳବାର

ମଙ୍ଗଳ କରିବୁ ମଙ୍ଗଳବାର

1 min
9


ସପ୍ତାଶ୍ୱ ରଥରେ ସୂର୍ଯ୍ଯ ନାରାୟଣ

ବିଜୟ ମର୍ତ୍ତ୍ୟ ମଣ୍ଡଳ

କରୁଛୁ ସ୍ବାଗତ ମନାସୁଛୁ ଶୁଭ

ଆଦିତ୍ଯ କର ମଙ୍ଗଳ ।

ପ୍ରଭୁ ତୁମେ ସ୍ରଷ୍ଟା ଭିଆଇଛ ସୃଷ୍ଟି

ଗ୍ରହରୂପୀ ଜନାର୍ଦ୍ଦନ 

ତୁମେ ଜଗନ୍ନାଥ ପତିତପାବନ 

ନୀଳଚକ୍ର ଦାରୁବ୍ରହ୍ମ ।

ପରମ କାରଣ ହେ ମଙ୍ଗଳମୟ

ପ୍ରକାଶ ଆଲୋକ ଜ୍ଯୋତି

ବିକଶୁ ସୁମନ ପ୍ରଫୁଲ୍ଲ କମଳ

ପ୍ରଜ୍ଞାନ ବୁଦ୍ଧି ସୁମତି ।

ଖଣ୍ଡ ଭବ ଦୁଃଖ କଷଣ ଦୂରିତ

ମାଆ ଗୋ ସର୍ବମଙ୍ଗଳା

ଦିଅ ଶୁଭାଶିଷ ହୁଅ ମାଆ ସାହା

କୂଳରେ ଲଗାଅ ଭେଳା ।

ଅରୁଣ ପୃଷ୍ଠରେ ତୁମେ ବିଦ୍ଯମାନ 

ଜଗଦୀଶ ଦିବାକର

କରିବୁ ମଙ୍ଗଳ ମଙ୍ଗଳବାରରେ

ସଙ୍କଳ୍ପ ଜାଗ ଦୁର୍ବାର ।

   



Rate this content
Log in

Similar oriya poem from Classics