STORYMIRROR

Bharatabandhu Biswal

Classics Others

4  

Bharatabandhu Biswal

Classics Others

ଝୁଲଣଯାତ୍ରା

ଝୁଲଣଯାତ୍ରା

1 min
11


ଶ୍ରାବଣ ମାସର ଶୁକ୍ଳ ଦଶମୀରୁ

ଭାଦ୍ର ପ୍ରତିପଦ ତିଥି

ବୃନ୍ଦାବନ ଗୋପେ ରାହାସ ପ୍ରାବୃଟ 

ଥିଲେ ରାଧାକୃଷ୍ଣ ରଚି ।

ସେବନ୍ତି ଗାନ୍ଧର୍ବ ରୀତିରେ ବୈଷ୍ଣବ 

ତଲ୍ଲୀନ ଗୋପୀକା ଭାବେ

ଭବ୍ଯ ସମାବେଶେ ମନରେ ଆନନ୍ଦ 

ଅନୁରାଗ ପ୍ରୀତି ଜାଗେ ।

ଶ୍ରୀମନ୍ଦିରେ ହୁଏ ସାତଦିନ ବ୍ଯାପୀ

ଉତ୍ସବ ଝୁଲଣ ଯାତ

ମଦନମୋହନ ଭୂଦେବୀ ଶ୍ରୀଦେବୀ

ମୂର୍ତ୍ତିତ୍ରୟ ଏକତ୍ରିତ ।

ସମାପିତ ହେଲେ ମଧ୍ଯାହ୍ନର ଧୂପ

ମଣି ବିମାନରେ ବସି

ବେଢା ପରିକ୍ରମି ପାଟ ପଟୁଆରେ

ଦୋଳିରେ ବସନ୍ତି ଆସି ।

ଯେଉଁଠାରେ ଅଛି ବିଷ୍ଣୁଙ୍କ ମନ୍ଦିର 

ରାଧା ଗୋପୀନାଥ ମଠ

ମହା ହର୍ଷୋଲ୍ଲାସେ ଝୂଲଣର ଯାତ

ହୋଇଥାଏ ଆୟୋଜିତ ।

ଝୁଲଣର କୁଞ୍ଜ ପୁଷ୍ପେ ସୁସଜ୍ଜିତ 

ବାଦ୍ଯ ନୃତ୍ଯ ଗୀତ ତାଳେ

ଉଲ୍ଲସିତ ଭକ୍ତ ଭଜନ କୀର୍ତ୍ତନେ

ଗହଳୀ ଲାଗେ ମନ୍ଦିରେ ।

ପାଟ ଦଉଡିକୁ ଆକର୍ଷି ଭକତେ

ହୁଅନ୍ତି ଭାବ ବିହ୍ବଳ 

ଜାତ ହୁଏ ମନେ ଅପାର ଆନନ୍ଦ 

ଦୁଃଖଶୋକ ହୁଏ ଦୂର ।

ରାଧାକୃଷ୍ଣ ବସି ଝୁଲନ୍ତି ଦୋଳିରେ

ଲାଗିହୁଏ ଖଇକୋରା

ଘଣ୍ଟ ଶଙ୍ଖ ନାଦେ ପଞ୍ଚ ଉପଚାରେ

ଚାଲଇ ଝୁଲଣ ଯାତ୍ରା ।

ଆମୋଦ ପ୍ରମୋଦ ହାସ୍ୟ ବିଳାସର

ଭବ୍ଯ ଦିବ୍ଯ ଅନୁଭୂତି

ପ୍ରାବୃଟ ରାହାସେ ବିଭୋର ଭକତ

ସୁଲଭେ ଗତି ମୁକତି ।।

 


Rate this content
Log in

Similar oriya poem from Classics