Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Classics Inspirational Others

4  

Bidyutprava Mishra

Classics Inspirational Others

କାହିଁକି କରୁଛ ଗର୍ବ

କାହିଁକି କରୁଛ ଗର୍ବ

1 min
302



ଦିନ ସରିଗଲେ ସଞ୍ଜ ଆସିଯାଏ

ସଞ୍ଜ ସରିଗଲେ ରାତି,

ଜୀବନ ଆମର ଅଢେଇ ଦିନର

ଶେଷରେ ଦିମୁଠା ମାଟି l


କାହା ପାଇଁ ମନ ଗରବ କରୁଛୁ

କିସ ଅବା ଚିରଦିନ,

ଜନ୍ମି ଥିଲେ ଆମେ ଖାଲିହାତ ନେଇ

ଖାଲି ହାତେ ଯିବପ୍ରାଣ l


ରୂପ ଭେକ ସବୁ ଦୁଇ ଦିନ ପାଇଁ

ରହେ ନାହିଁ ଶେଷ ଯାଏଁ,

ଆଜିର କଅଁଳ ନରମ ମୁହଁଟି

ଝାଉଁଳି ବିବର୍ଣ୍ଣ ହୁଏ l


ବାହୁ ବଳେ ଯିଏ ଆଜି ବଳିୟାନ

କାଲିସେ କମ୍ପିତ ହସ୍ତ,

ଯିଏ ଥିଲା ଦିନେ ବିଶ୍ଵବିଜୟୀ

ଶେଷକୁ ହୁଏ ପରାସ୍ତ l


ଆତ୍ମୀୟ ସ୍ୱଜନ ରହିଯାନ୍ତି ପଛେ

ଅଳ୍ପ ଦିନେ ଯାନ୍ତି ଭୁଲି,

ଏକା ଆସିଥିଲେ ଏହି ସଂସାରକୁ

ଏକା ହୋଇ ଯିବା ଚାଲି l


ଧନ ଦୌଲତ ଯାଏନାହିଁ କେବେ

ସାଥେ ଆମ ଶମଶାନ,

ପୂଣ୍ୟ କର୍ମ ଆମ ସାଥେ ସିନା ଯିବ

ଆହା କହିବେଯେ ଜନ l


ଯେତେ ପାର ସେତେ ପୂଣ୍ୟ ଅରଜ

ପ୍ରଭୁଙ୍କର ଗୁଣ ଗାଅ,

ପଠାଇଛନ୍ତି ସେ ଯେଉଁ କର୍ମ ପାଇଁ 

ସେହିକର୍ମ କରି ଯାଅ l


ଦୁଃଖୀ ରଙ୍କୀଙ୍କର ସେବା କରିଥିଲେ

ପରଲୋକକୁ ପାଥେୟ,

ମାନବର ସେବା ମାଧବଙ୍କ ସେବା

ଏଥିରେ ନାହିଁ ସଂଶୟ l


ଆଜି ଅଛେ ଆମେ କାଲିକି ନଥିବା

କାହିଁକି କରିବା ଗର୍ବ,

ଅଳୀକ ଏହିଯେ ସଂସାର ଟି ପରା

ବିଞ୍ଚିଯାଅସଉରଭ ।


Rate this content
Log in

Similar oriya poem from Classics