STORYMIRROR

Jagannath Barik

Classics Inspirational

4  

Jagannath Barik

Classics Inspirational

ସାରକଥା

ସାରକଥା

1 min
445


ଏଣୀନୟନାର ବାଣରୁ କେ'ବା ଉବୁରିଅଛି 

ଅହଂ ମମତ୍ୱର ବଂଧନୁ କିଏ ମୁକ୍ତି ପାଇଛି |

ଆଶା ମରୀଚିକା ପଛରେ କେହୁ ନଧାଇଁ ଅଛି 

ଜୀବନ ଯୌବନ କାହାର ସ୍ଥିର ହୋଇ ରହିଛି |

ଲୋଭ ମୋହ ଅଭିମାନକୁ କିଏ ଛାଡ଼ି ପାରିଛି 

ନିୟତିର ଗତି ରୋଧନେ କା'ର ଶକତି ଅଛି |

ମନର ଗତିକୁ କିଏବା ଜଣେ ବାନ୍ଧି ପାରିଛି 

ପ୍ରାରବ୍ଧକୁ ଭୋଗ ନକରି କିଏ ଖସି ଯାଇଛି |

ପାଗ ବାନ୍ଧି କିଏ ମହୀରେ ସୁଖ ଭୋଗ କରିଛି 

ଅଢେଇ ଅକ୍ଷର ପ୍ରେମରେ କିଏ ବନ୍ଧା ନୋହିଛି |

ଆମ୍ବ ଗଛେ କାହିଁ ଦେଖିଛ କେବେ ଲେମ୍ବୁ ଫଳିଛି 

ଅସତ ପଥରେ ଯାଇକି କିଏ ଖ୍ୟାତି ଲଭିଛି |

ପିତା ମାତା କରି ଅଶାନ୍ତି କିଏ ସୁଖରେ ଅଛି 

ରକତରେ ବାଡ଼ ପକାଇ କିଏ ଶାନ୍ତି ପାଇଛି |

ଅଳସୁଆ କାହିଁ ଜୀବନେ ଧନପତି ହୋଇଛି 

କର୍ମଠ ଭାଗ୍ୟରେ ଦାରିଦ୍ର୍ୟ କାହିଁ ଲେଖା ଯାଇଛି |

ଈର୍ଷା ନିନ୍ଦା କରି ଅପରେ କିଏ ଗଡ଼ ଜିଣିଛି 

ଅନ୍ତର୍ଯ୍ୟାମୀ ବିନା ଅନ୍ତର କଥା କେବା ଜାଣିଛି |

ମଣିଷ ପ୍ରକୃତି ସହଜେ କାହିଁ ବଦଳିଅଛି 

କ୍ଷୀର ପାନେ ଵିଷଧରର ବିଷ କିବା କମିଛି |

ଶ୍ବଶୁର ଘରରେ ଜୋଇଁ ଯେ କାହିଁ ସୁଖରେ ଅଛି 

ଆପଣା ଲୋକଙ୍କୁ ଏଡ଼ାଇ କେହୁ ଯଶ ଲଭିଛି |

ଗୃଧ୍ର ଛୁଆ କାହିଁ ପଞ୍ଚମ ତାନେ ଗୀତ ଗାଇଛି 

ଧଣ୍ଡିଆ ଭେଣ୍ଡିଆ ହେଲେବି କାହିଁ ଫଣା ଟେକିଛି |

କୁହୁଡ଼ି ଜଳରେ ସଂସାରେ କିଏ ପହଁରିଅଛି 

ମୃଗତୃଷ୍ଣା ଜଳେ କାହାର ଅବା ତୃଷ୍ଣା ମେଣ୍ଟିଛି |

କପାଳ ଲିଖନ କାହାର କେବେ ଆନ ହୋଇଛି 

ବିଭୁ ପ୍ରେମେ ଥିବା ଲୋକର କାହିଁ ଭୟ ରହିଛି |

କୃପଣ ଦାରୁଣ ବିଟାଳ କାହିଁ ଧର୍ମ ଅର୍ଜିଛି  

ଭୀମ କାଳ ପାଶ କବଳୁ କିଏ ଖସି ଯାଇଛି |

ବିଦ୍ୟା ଠାରୁ ବଳି ବିଭବ କାହିଁ ସଂସାରେ ଅଛି 

ସତ୍ୟ ଶାନ୍ତି ଦୟା କ୍ଷମା ଠୁ ଶ୍ରେଷ୍ଠ ଆଉ କି ଅଛି |

ଭାରତ ପରିକା ସୁନ୍ଦର ଦେଶ କାହିଁ ରହିଛି 

କାଳିଆ ଠୁ ବଡ଼ ଠାକୁର କିଏ ସଂସାରେ ଅଛି |

    ---------------------



Rate this content
Log in

Similar oriya poem from Classics