STORYMIRROR

Jagannath Barik

Abstract Classics

4  

Jagannath Barik

Abstract Classics

ଜହ୍ନମାମୁଁ

ଜହ୍ନମାମୁଁ

1 min
427


ମାଆ କୋଳ ଶିଶୁ ଜହ୍ନମାମୁଁ ତୁମେ ସରଗରାଇଜ ଶଶୀ 

ନକ୍ଷତ୍ର ଖଚିତ ଗଗନ ମଣ୍ଡଳେ ତାରାପତି ନିଶାପତି |


କ୍ଷୀରାବ୍ଧି ମନ୍ଥନୁ ଜାତ ହେଲ ତୁମେ ମହାଲକ୍ଷ୍ମୀ ସହୋଦର 

ସୁଧାର ଭଣ୍ଡାର କଳାର ଆକର ସୁଧାକର କଳାକର |


ଶଶାର କଳଙ୍କ ବହିବାରୁ ଅଙ୍କ ନାମ ବହିଛ ଶଶାଙ୍କ 

ଶିବଙ୍କର ନାମ ଶଶାଙ୍କଶେଖର ତୁମକୁ ବହି ମସ୍ତକ |


ତୁମ ନାମ ବିଧୁ ତୁମ ନାମ ଇନ୍ଦୁ ତୁମେ କୁମୁଦିନୀ ବନ୍ଧୁ 

ଚାନ୍ଦ କୁମୁଦର ପୀରତି ଗଭୀର ତରିଛନ୍ତି ପ୍ରେମ ସିନ୍ଧୁ |


ଦେବଗଣ ମଧ୍ୟେ ସବୁଠୁଁ ସୁନ୍ଦର ସଭିଙ୍କର ଆକର୍ଷଣ 

ସେହି ହେତୁ ଦକ୍ଷ ସତେଇଶ କନ୍ୟା ତୁମକୁ କଲେ ଅର୍ପଣ |


ଗୁରୁ ପତ୍ନୀ ହରି ଗୁରୁ ଅଭିଶାପେ କଳା ହେଲା ହ୍ରାସ ବୃଦ୍ଧି 

ପର୍ବ ଶର୍ବରୀଶ ହୁଅ ରାହୁଗ୍ରସ୍ଥ ମନ୍ଥନୁ ହୋଇଛି ସିଦ୍ଧି |


ରଜତ ଧବଳ ସୁଶୀତଳ ଜ୍ୟୋତ୍ସ୍ନା ଚନ୍ଦନ ଠାରୁ ଶୀତଳ 

ଚନ୍ଦ୍ରିକା ଚର୍ଚ୍ଚିତ ଯାମିନୀ ପ୍ରେମିକ ପ୍ରେମିକାଙ୍କ ଅନୁକୂଳ |


ସବୁ ସୁଷମାର ସମାହାର ତୁମେ କଵି କଳ୍ପ ଚିତ୍ରଶାଳ 

ବିଜ୍ଞାନ ପାଖରେ ହାର ମାନେ ଆଜି ପୁରାଣର ଚମତ୍କାର |



Rate this content
Log in

Similar oriya poem from Abstract