STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ବାଟୋଇ ଭାଇ

ବାଟୋଇ ଭାଇ

1 min
614


ଭାବିଅଛି ମନେ    ଯିବି ଶ୍ରୀକ୍ଷେତ୍ରକୁ

    ଧାମ ଶ୍ରୀ ପୁରୁଷୋତ୍ତମ

ବିଜେ ହୋଇଛନ୍ତି   ଯହିଁ ମା ସୁଭଦ୍ରା

     ଦାରୁଭୂତ ପର°ବ୍ରହ୍ମ ।


ନୀଳଚକ୍ର ବାନା    ଉଡେ ଫରଫର

      ନାମ ପତିତପାବନ

ମୋକ୍ଷପ୍ରଦ ଅଟେ    ଶ୍ରୀମହାପ୍ରସାଦ

    ଅମୃତ କୈବଲ୍ୟ କଣ ।


ରତ୍ନ ସି°ହାସନେ    ଚକ୍ର ସୁଦର୍ଶନ

     ବଡ଼ ଭାଇ ବଳରାମ

ବିଜେ ହୋଇଛନ୍ତି    ଜଗତର ନାଥ

    ସ୍ୱୟଂ ଲକ୍ଷ୍ମୀ ନାରାୟଣ ।


ଗୋଲୋକ ବୈକୁଣ୍ଠ   ଶ୍ରୀ ନୀଳକନ୍ଦର

       ମହାପ୍ରଭୁ ଜଗନ୍ନାଥ

କଳ୍କୀ ଅବତାରେ    କରିବେ ସ°ହାର

    ପାପୀ ତାପୀ ମ୍ଳେଚ୍ଛ ଦୁଷ୍ଟ ।


ସିଏ ନିଜେ ରଥ     ସିଏ ପୁଣି ପଥ

      ସିଏ କଳ୍ପ ବଟବୃକ୍ଷ

ପ୍ରଦାନ କରନ୍ତି    ଛାୟା ସୁଶୀତଳ

      ଫଳଛାୟା ସମନ୍ୱିତ ।


ବାମନ ରୂପରେ    ରଥେ ବଡ଼ଦାଣ୍ଡେ

      ଦିଅନ୍ତି ଦିବ୍ୟ ଦର୍ଶନ

ଚକା ନୟନକୁ   ଦେଖିଦେଲେ ଡୋଳେ

      ମିଳେ ମୁକ୍ତି ପରିତ୍ରାଣ ।


ଘୋର ଏ ସ°ସାରେ    ନାହିଁ ଥଳକୂଳ

        ଦଶଦିଶ ଅନ୍ଧକାର

ବିଚରା ବାଟୋଇ     ଦିଗ ପଥ ଭ୍ରଷ୍ଟ

       ପ୍ରଭୁ କୃପା ପାରାବାର ।


ଦୟାକର ପ୍ରଭୁ      ଦୀନଜନ ବନ୍ଧୁ

       କରୁଛି ବାରେ ମିନତୀ

ଭିଡ଼ି ଧର ହାତ     ବାଟୋଇ ଭାଇର

       ଲଭୁ ଶାନ୍ତି ସଦଗତି ।

           



Rate this content
Log in

Similar oriya poem from Classics