Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics Inspirational

4  

Jagannath Barik

Classics Inspirational

ଏହି ପରା ଆମ ଉତ୍କଳଜନନୀ

ଏହି ପରା ଆମ ଉତ୍କଳଜନନୀ

1 min
477



ଏହି ପରା ଆମ ଉତ୍କଳ ଜନନୀ ଭାରତ ସର କମଳ 

ଗଉରବୋଜ୍ଜ୍ୱଳ ଇତିହାସ ଯାର ଭୂଗୋଳ ଚିର ମଞ୍ଜୁଳ 

ଚାରୁ ସୁଷମା ଶାଳ, ଯହିଁ କ୍ଷେତ୍ର ରାଜ ନୀଳାଚଳ  

            ମର୍ତ୍ତ୍ୟ ବୈକୁଣ୍ଠ ଶଙ୍ଖ ମଣ୍ଡଳ |


ପ୍ରକୃତି ରାଣୀର ଶୋଭା ଗନ୍ତାଘର ସର୍ଵ ସମ୍ପଦର ଖଣି 

ଭୂଧର ମାଳିନୀ କେଦାର ଶାଳିନୀ ପୁଣ୍ୟତୋୟା ସ୍ରୋତସ୍ୱିନୀ

ଯହିଁ ପରିଲକ୍ଷିତ, ଷଡ଼ ଋତୁଚକ୍ର ସମାବର୍ତ୍ତ 

          ବୀର ଭୂମି ଖ୍ୟାତ ଆର୍ଯ୍ୟାବର୍ତ୍ତ |


ପୂର୍ବରେ ପୟୋଧି ଯା ପୟର ବନ୍ଦି ମଣଇ ନିଜକୁ ଧନ୍ୟ 

ଉପକୂଳାଞ୍ଚଳ ମୃତ୍ତିକା ଉର୍ବର ଶସ୍ୟଦଳେ ପରିପୂର୍ଣ୍ଣ 

ଘନ ଜନବସତି,  ଚିର ସମ୍ମୁନ୍ନତ ଯା ସଂସ୍କୃତି 

           ଇତିହାସ ଗାଏ ଯାର କୃତି |


ପରବତ ଘେରା ଅରଣ୍ୟ କୁନ୍ତଳା ଖଣିଜରେ ଭରପୁର 

ପଶ୍ଚିମ ଅଞ୍ଚଳ ଶୋଭାର ଭଣ୍ଡାର ନଦ ନଦୀ କଳ କଳ 

ଆଦିବାସୀ ବସତି, ଛନ୍ତି ନାନା ଜାତି ଜନଜାତି 

            ଶାନ୍ତ ସରଳ ଉଦାର ମତି |


ଦେଓମାଳୀ କପିଳାସ ମେଘାସନ ମହେନ୍ଦ୍ର ଗନ୍ଧମାର୍ଦ୍ଦନ 

ହୀରାକୁଦ ହୀରାଖଣ୍ଡ କଳାହାଣ୍ଡି ସ୍ବର୍ଣ୍ଣପୁର ମହୀୟାନ 

ଶିଳ୍ପ ସମ୍ପଦ ଭରା, ଲୌହ ନଗରୀ ରାଉରକେଲା 

            ଝାରସୁଗୁଡା ବିମାନ ଖଳା |


ସୁବର୍ଣ୍ଣ ତ୍ରିଭୁଜ ନାନା କ୍ଷେତ୍ରରାଜ ଶିକ୍ଷା ସ୍ୱାସ୍ଥ୍ୟ ନିକେତନ 

ଭବନ ଭୁବନ ପଲ୍ଲୀ ଶୋଭାବନ ଗର୍ବ ଗଉରବ ଧନ 

ଭାଷା ଭୂଷା ଓଡ଼ିଆ, ଯୁଗେ ଯୁଗେ ହୋଇଛି ବଢ଼ିଆ 

            ମହାପ୍ରସାଦେ ଗୁଆ ନଡ଼ିଆ |


ଐର ଖାରବେଳ ଯଯାତି କପିଳ ଅନଙ୍ଗ ପୁରୁଷୋତ୍ତମ 

ଜୟୀ ଜଗବନ୍ଧୁ ମଧୁ ଗୋପବନ୍ଧୁ ସୁରେନ୍ଦ୍ର ସୁବାସ ସମ 

ମହା ବୀରେନ୍ଦ୍ର ଗଣ, ଆଦିକବି କଵି ରବି ଧନ୍ୟ 

             ଭଞ୍ଜ ରାଧାନାଥ କଵି ପଣ |


ପ୍ରାଚ୍ୟର ହୀରକ ଉତ୍କଳ ମୂଲକ କଳା କାରିଗରୀ ଭୂଇଁ 

ଜ୍ଞାନ ବିଜ୍ଞାନର ଅସରା ଅମାର ଜଗତେ ତୁଳନା ନାହିଁ 

ବନ୍ଦେ ଉତ୍କଳ ମାତ, ବନ୍ଦେ ଇଷ୍ଟଦେବ ଜଗନ୍ନାଥ 

           କୀର୍ତ୍ତି କିରୀଟିନୀ ପ୍ରଣିପାତ |


Rate this content
Log in

Similar oriya poem from Classics