STORYMIRROR

Dr Baman Chandra Dixit

Classics

4  

Dr Baman Chandra Dixit

Classics

କାଳିଆ ସାଆନ୍ତ

କାଳିଆ ସାଆନ୍ତ

1 min
227

ଆଖି ମୁଦି ଦେଲେ କାଳିଆ ସାଆନ୍ତ

ବିରାଜୁଛି ତୁମ ରୂପ

ତୁଳସୀ ଚନ୍ଦନ ମହକି ଉଠୁଛି

ମହକି ଉଠୁଛି ଧୂପ।

କେତେବେଳେ ଶୁଭେ ରୁଣୁଝୁଣୁ ତାନ

ପାଖେଇ ପାଖେଇ ଆସେ

ମନ ମୋ ଖୋଜଇ ପଦ୍ମପାଦ ଦୁଇ

ତାରଣ କାରଣ ଆଶେ ।।

ବଇଁଶୀ ର ସ୍ୱର କେତେ ସୁମଧୁର

ମନ୍ଦ ମନ୍ଦ ମୃଦୁ ନାଦ

ଝଙ୍କୃତ କରୁଛି ହୃଦୟ ଥରୁଛି

ସ୍ପନ୍ଦନେ ପ୍ରୀତି ଆମୋଦ।।

ଝଲମଲ ଦିଶେ ଚକ୍ଷୁପଟେ ଭାସେ

ସପ୍ତରଙ୍ଗ ଛଟା କିବା

ଶିଖିପୁଚ୍ଛ ଶୋଭା ଅତି ମନଲୋଭା

ଅପରୂପ କାନ୍ତି ଆଭା।।

ଯେଉଁ ରୂପେ ହରି ଦେଖେ ତୁମ ଶିରୀ

ସେ ରୂପ ଅମୃତ ଝରା

ଏ ଜୀବନ ଚାର ତୋ ପାଦ କୀଙ୍କର

ଆଶା କରୁଣା ପସରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics