STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ତୁମ କଥା କହୁକହୁ

ତୁମ କଥା କହୁକହୁ

1 min
8

ତୁମ ଆଖିରୁ ଝରୁଛି ମତୁଆଲି ନିଶା
ଓଠରୁ ଝରୁଛି ମହୁ
ଶବ୍ଦ ସବୁ ମୋର ହୁଅନ୍ତି କବିତା
ତୁମ କଥା କହୁ କହୁ।।

ତୁମେ ଚାହିଁଥିଲେ ଲାଗେ ନୀଳ ପଦୁଅଁର
ପାଖୁଡ଼ା ଖସରି ଆସି
ସରସି ତଳରୁ ପଲକ ତଳ ରେ
ନିରବେ ଅଛି କି ଲୁଚି ।।

ଟୋପେ ପାଣି ତହିଁ ରହିଛି ଅଟକି
ପିତୁଳା ପରିକା ଲାଗେ
ଚହଲାନା ତୁମ ନହୁଲି ଚାହାଣି
ଢଳି ପଡ଼ିବ ସେ ଏବେ ।।

କଳ୍ପନାର ଚାରୁ ଚିତ୍ରକଳ୍ପ ତୁମେ
ମୋ କଲମ ମୁନର ଲେଖା
ଲେଖୁ ଲେଖୁ ତୁମେ ଉଠେଇଲ ଯେବେ
ତୁମ ମୁଦା ଆଖିପତା ।।

ଟପକି ପଡ଼େ ଗୋ ନିଶା ନେସା କିଛି
ଆଶା ଅନିଶାର ମହୁ
 ଶବ୍ଦ ସବୁ ମୋର ହୁଅନ୍ତି କବିତା
ତୁମ କଥା କହୁ କହୁ।।
**^**^**^**^**^**^**^**^


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance