ମୁକ୍ତିର ସନ୍ଧାନେ ବ୍ରତୀ ହେବା
ମୁକ୍ତିର ସନ୍ଧାନେ ବ୍ରତୀ ହେବା
ରୁଦ୍ଧ ଚିନ୍ତାଧାରା, ରୁଦ୍ଧ କଳ୍ପନା, ଚିନ୍ତା,
ଉନ୍ନତ ହୁଏ କି ଏ ସଂସାର
ହଳାହଳ ବିଷ ଭର୍ତ୍ତି ହେଲେ ତ୍ରାହି ତ୍ରାହି
ଡାକେ ମଣିଷ ସମାଜର ।
ଭର୍ତ୍ତି ହେଲେ, ହଳାହଳ ବିଷରୂପୀ ଘୃଣା,
ସମ୍ପ୍ରଦାୟ ସମ୍ପ୍ରଦାୟ ଭିତର
ସଂସାରଟା ହୁଏ ଛାରଖାର, ସେଥିରୁ ପରା
ସତେ ନାହିଁ କାହାର ନିସ୍ତାର ।
ସେଇ କୁହୁକ ଜାଲଟା ହୁଏ ଏଡେ ମଜବୁତ
ଟାଣିଲେ ଛିଡ଼ିବ ନାହିଁ
ତାହା ହୁଏ ଏଡେ ଦମ୍ଭ, ଜୀବନ ନୀର୍ଜିବ ଲାଗେ
ହେ ଭଉଣି ଭାଇ ।
ଶାନ୍ତି ମୈତ୍ରୀ ଭାବନା ପବିତ୍ର ଆତ୍ମାକୁ ଛାଡି
କଳୁଷତା ଅନ୍ତରେ ଭର
ସେ ସ୍ମୃତିକୁ ଖୋଜ, ଭସା ବାଦଲ ପରି ଲୁଚି
ଯାଇଛି ଆକାଶ ଭିତର ।
ଖୋଜିଲେ, ନଈ, ନାଳ, ଘାଟ, ବଣ ଏଇଠି,
ସେଇଠି,ସବୁଠି ଶାନ୍ତିକୁ
ଅନ୍ଧକାରପୂର୍ଣ୍ନ ସମାଜରେ ଖୋଜି ହୁଏ କି
ଶାନ୍ତିପ୍ରୀତି ସୁଧାର ଫୁଲକୁ ।
ମଣିଷ ବୋଲାଉଛି ସର୍ବଶ୍ରେଷ୍ଠ ଜୀବ, ଭୁଲି
ଯାଇଛି ଶାନ୍ତି କପୋତକୁ
ମାୟା କୁହୁକ ଜାଲ ଗୁଡାଇଛି, ଛଟପଟ କଲ
ବଲ ହୁଏ, କହିବ କାହାକୁ ।
ବଞ୍ଚିବାର ଛଳନା ଖାଲି, ସରବେ ଦେଖୁଛେ,
ସମସ୍ତେ ବି ଜାଣୁ ଅଛେ
କର୍ମ ଫଳ ନାମରେ ଓ ଅନ୍ଧ ବିଶ୍ୱାସରେ କେବଳ
ଯନ୍ତ୍ରଣା ଭୋଗୁଅଛେ ।
ସମୟ ଚକ୍ରରେ ପଡ଼ି, ମାୟାରେ ମୋହାଛନ୍ନ
ହୋଇ ଭରସା ପାଉନେ
କଳିକାଳ ନାମ କହି, ଅଧର୍ମକୁ ଦେଖି ଡୋଳେ
ସୁଖରେ ଜିଇ ପାରୁନେ ।
କହୁଛେ କାହିଁକି ଈଶ୍ବର ସଂସାରେ ପେଶିଲେ
ସହିବାକୁ ଏ ସବୁ କଷଣ
କହୁଛେ ହେ ପ୍ରଭୁ ତୁମ ହାତେ ସଂସାରଡୋର
ରଚ କିଆଁ ଏ ସବୁ ଭିଆଣ
ମଣିଷ ଯଦି କ୍ରୋଧ ହିଂସା ଛାଡି ଶିଖି ନିଅନ୍ତା
ଶାଳୀନତା ସହନଶୀଳତା
ଅଘଟଣମାନ ସବୁ ଘଟାଉ ନଥାନ୍ତା, ପରିତୃପ୍ତି
ରେ ମନଟା ଭରି ଉଠନ୍ତା ।
ବର୍ତ୍ତମାନ ସମୟ ନୁହେଁ, ଦୁଃଖରେ ମଉନ
ରହି ନୀରବରେ କାନ୍ଦିବାକୁ
ଆଇନା ଆଗରେ ଠିଆ ହୋଇ ନିଜର ମନର
ଭୁଲ ଭାବନା ଜାଣିବାକୁ ।
ସମୟ ଆସିବ, ନିଶ୍ଚିତ ମନ ଦୁଆର ଖୋଲିବ
ପଥହୁଡା ମଣିଷ ଆତ୍ମାର
ପଥ ଖୋଜିବ ମୁକ୍ତିର, ହଳାହଳ ବିଷ
ଅପସରି ଯିଵ, ମୁକ୍ତ ହେବ ସଂସାର ।