STORYMIRROR

Bishnupriya Panda

Abstract

4  

Bishnupriya Panda

Abstract

ସ୍ନେହ ଓ ପ୍ରେମର ଗୁଡ଼ି

ସ୍ନେହ ଓ ପ୍ରେମର ଗୁଡ଼ି

1 min
8


ସ୍ନେହ ପ୍ରେମ ସୂତ୍ରେ ବାନ୍ଧିଛି

ମୁହିଁ ପ୍ରୀତିରେ ଗୁଡ଼ି

ଧୀରେ ଧୀରେ ଉଡିଉଡି ତୁ

ଦେବୁ ସମ୍ପର୍କ ଯୋଡି l

ମକରଚାଉଳ କରିଛି

ଛେନା ନଡ଼ିଆ ଅଦା

କଦଳୀ ଗୁଡକୁ ମରିଚ

କ୍ଷୀର ଭରିଛି ଶ୍ରଦ୍ଧା l

ଅତି ସ୍ନେହ ଭରେ ଗୁଡ଼ିରେ

ତୋତେ ଦେଲି ଉଡ଼ାଇ

ମକର ଚାଉଳ ପ୍ରେମର

ଯିବୁ ବାରତା ନେଇ l

ଭାଇଚାରା ସୃଷ୍ଟି କରିବୁ

ସ୍ନେହ ପ୍ରେମେ ବାନ୍ଧିବୁ

ପ୍ରୀତି ଡୋର ନଛିଣ୍ଡାଇ ତୁ

ମୋର ପାଶେ ମିଳିବୁ l

ଧନୁ ରାଶି ଛାଡି ମକରେ

ଆଦିତ୍ୟ ଆଗମନ

ଉତ୍ତରାୟଣ ଏ ଗତିତ

ଭୀଷ୍ମ ଅପେକ୍ଷା ଦିନ l

ସୂର୍ଯ୍ୟ ପୂଜା କରି ସକଳେ

ଏହି ପ୍ରସାଦ ଖାଇ

ମକର ଓ ମିତ ବସନ୍ତି

ଓଡ଼ିଆ ଭାବ ଏହି l

ଦିବସ ହୁଅଇ ବର୍ଦ୍ଧିତ

ରାତ୍ର ହୁଅଇ ଛୋଟ

ଶୀତ ଅପସରୀ ଯାଉଛି

ପୁଣି ବସନ୍ତ ଭେଟ l

କୋକିଳର କୁହୁ ସ୍ୱନ ରେ

ସୁନ୍ଦର ହେବ ଧରା

ଆମ୍ର ବୃକ୍ଷ ପୁଷ୍ପେ ଶୋଭିତ

ବକୁଳ ଲାଗି ପରା l

ସଂକ୍ରାନ୍ତି ପୁରୁଷ ଧରାରେ

ଅବତରଣ ଆଜି

ତିରୋଧାନ ମଧ୍ୟ୍ୟ ସଂକ୍ରାନ୍ତି

ଧନ୍ୟ ଓଡିଶା ମାଟି l

ମକର ଚାଉଳ ଗୁଡ଼ିରେ

ବାନ୍ଧି ଦେଲି ଉଡ଼ାଇ

ସ୍ନେହ ପ୍ରେମ ଭକ୍ତି ପୂର୍ଣ୍ଣ ରେ

ଥଳି ମୋ ଉଡିଯାଇ l

ବିଶ୍ୱ ଦରବାର ନାୟକ

ପ୍ରଭୁ ଶ୍ରୀଜଗନ୍ନlଥ

ତାଙ୍କ ପାଶେ ଯିବ ପହଁଚି

ଆଶା କରେ ବହୁତ l

ପ୍ରଣମି ପ୍ରଭୁଙ୍କ ପୟରେ

କରେ ଆପତ୍ତି ଏହା

ଭାତୃତ୍ୱ ବନ୍ଧନେ ବାନ୍ଧହେ

ପ୍ରଭୁ ଜଗତ ନାହା l।


Rate this content
Log in

Similar oriya poem from Abstract