ମାନ ଭଞ୍ଜନ
ମାନ ଭଞ୍ଜନ
ଜୟ ଜୟ ଜଗନ୍ନାଥ ଶ୍ରୀ ନନ୍ଦନନ୍ଦନ
ଆଜି ଭାଙ୍ଗିଦେଲ ତୁମେ ମହା ଲକ୍ଷ୍ମୀ ମାନ l
ସବୁ ହଟ ସବୁ ନାଟ ପୂର୍ଣ୍ଣ ବ୍ରହ୍ମ ତୁହି
ରସଗୋଲା ଖୋଇ ଦେଲୁ ମାଆ ଙ୍କୁ ଭଣ୍ଡାଇ l
ଏତେ ବଡ଼ କ୍ରୋଧ ମାଆଙ୍କର କେଣେ ଗଲା
ତୋତେ ଦେଖି ରାଗ ସବୁ ଶାନ୍ତ ହୋଇଗଲା l
ମୋହିନୀ ମନ୍ତ୍ର ରେ ମୋହ ମାଆ ଙ୍କୁ କରିଲୁ
ତୋର ବୁଲିଯିବା କଥା ପାଶୋରେଇଦେଲୁ l
ତୋତେ ଦେଖିବାକୁ ଯେତେ ଭକ୍ତ ଭିଡ଼ ଥିଲେ
ସେମାନଙ୍କ କଥା ଥରେଭାବ ତୁହିଭଲେ l
ଘରଦ୍ୱାରଛାଡି ତୋତେ ଦେଖି ଯାଇଛନ୍ତି
ଘରଣୀ ଓ ଛୁଆପିଲା ଗୃହରେ ଅଛନ୍ତି l
ସେମାନେ ସେପରି ରାଗିଗୃହେ ରହିଥିବେ
ତୋ ଭକ୍ତକୁସାହସ ତୁ ଦିଅ ଏହି ଭବେ l
ତାଙ୍କ ମନ ଲାଖି ଚିଜ ତାଙ୍କ ପାଇଁ ନେଇ
ରାଗ ଶାନ୍ତ ସେ କରାନ୍ତୁ ନିଅନ୍ତୁ ମନାଇl
ପୃଥିବୀ ବାସୀଙ୍କ ରାଗ ଶାନ୍ତ ତୁ କରିବୁ
ଏହି ଅନୁରୋଧ ମୋର ନିଶ୍ଚୟ ରଖିବୁ l
କ୍ରୋଧ ମନୁଷ୍ୟର ଶତ୍ରୁ ମନୁଷ୍ୟ ଜାଣଇ
ତଥାପି ମାୟାବଳରେ ଅଜ୍ଞାନ ହୁଅଇ l
ଅଜ୍ଞାନତା ଦୁରକରି ଜ୍ଞାନାଲୋକଜାଳ
କେହି ନକରନ୍ତୁ କଳି ନଥାଉ ଜଂଜାଳl
ହେ ସାକାର ନିରାକାର ଵିଷ୍ଣୁ ବନମାଳୀ
ସବୁ ରୂପେଏକ ବ୍ରହ୍ମଜ୍ଞାନଦୀପ ଜାଳି.
ଆଲୋକିତ କର ସମସ୍ତଙ୍କ ଚଲାପଥ
ଏତିକି ମାଗୁଣି ମୋର ଆହେ ଜଗନ୍ନାଥ l
ବିଷ୍ଣୁପ୍ରିୟା ପଣ୍ଡା
ପହଂଗା, ନିଆଳି,
