STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ:- ଭରସା କରିଛି ମୁହିଁ

ଶୀର୍ଷକ:- ଭରସା କରିଛି ମୁହିଁ

1 min
20


ଜଗତ ଈଶ୍ୱର ମର୍ଯ୍ୟାଦା ପୁରୁଷ

କୌଶଲ୍ୟାଙ୍କର ନନ୍ଦନ 

ତୁମରି  ଚରଣେ ଭରସା କରିଛି 

ଆଶିଷ କର ପ୍ରଦାନ 

ଜ୍ଞାନ ନାହିଁ ମୋର କିଛି 

କରିବି  ଦର୍ଶନ ବାଲ୍ୟରୂପ ତୁମ

ଭରସା ବିଶ୍ବାସ ଅଛି !!


ସର୍ବାଙ୍ଗ ଔଷଧି ତୁମେହେ ଶ୍ରୀରାମ

ହୃଦେ ଗୁଞ୍ଜେ ରାମ ରାମ

ଗାଆଁରୁ ଅଯୋଧ୍ୟା ବହୁ ଦୂର ପ୍ରଭୁ 

ପୁଣି ବୃଦ୍ଧ ବୟସ ମୋ 

କହ ତୁ ଆରାଧ୍ୟ ମୋର

ବୁଦ୍ଧି ଦିଶୁ ନାହିଁ ମନ ବିଚଳିତ 

ଅଛି ଟି ଭରସା ତୋର !!


ଏନେତ୍ର ଦେଖିବ ବାଲ୍ୟରୂପ ପ୍ରଭୁ 

ଦୂରଦର୍ଶନ  ର  ଦ୍ବାରା

ଦୀର୍ଘ ବର୍ଷର ଏ ସଂଘର୍ଷର ଫଳ 

ରାମନାମ ଗୁଞ୍ଜେ ସାରା

ପ୍ରାଣ ପ୍ରତିଷ୍ଠା ଟି ତୋର

ଗର୍ଭ ଗୃହରେ ଟି ବିଗ୍ରହ ପ୍ରତିଷ୍ଠା

ମନ୍ଦିର କେତେ ସୁନ୍ଦର !!


ହୁଏ ସୁସଜ୍ଜିତ ଗାଆଁର ମନ୍ଦିର 

ସ୍ବଚ୍ଛତା ହେଉଛି ଗାଆଁ

ଦେଉ ଛନ୍ତି ଜାଳି ଦୀପ ଟି ନିତ୍ୟେ 

ରାମ ରାମ ଗୁଞ୍ଜେ ନାଆଁ 

ତୁମେ ବ୍ରହ୍ମାଣ୍ଡ ଠାକୁର 

ବାଇଶି ତାରିଖ ଜାନୁଆରୀ ମାସ

ଆବିର୍ଭୁତ ମର୍ତ୍ତ୍ୟପୁର !!


ସ୍ବପ୍ନ ଜନତାର କରିବ ସାକର

ପରି ତ୍ରେତୟାର ରୀତି    

କର ଲକ୍ଷ୍ମୀପୂର୍ଣ୍ଣ ପବିତ୍ର ଭାରତ

ନ ଆସୁ ରାଷ୍ଟ୍ରେ ବିପତ୍ତି 

ଅଟୁ ତୁ ବ୍ରହ୍ମାଣ୍ଡ ପତି

ଶାସନ ପ୍ରଣାଳୀ ତ୍ରେତୟାର ପରି

ସମଭାବ ପ୍ରେମ ପ୍ରୀତି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract