STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ସ୍ବାଧୀନତାର ତରଙ୍ଗ

ସ୍ବାଧୀନତାର ତରଙ୍ଗ

1 min
157

ଆଜି ବି ପ୍ରଶ୍ନ ଉଠେ 

ସତରେ କଣ ଆମେ ସ୍ଵାଧୀନ !

ଅନେକ ହାତ ପାଦ ତ ଏବେ ବି ଅବଶ

ସ୍ୱପ୍ନର ସୁଇମିଂ ପୁଲ୍ ପାରି ହେବା ପାଇଁ

ଡର ଲାଗେ ଚାହିଁବାକୁ ଦିଗନ୍ତ ସେପାଖେ

ପାଦ ତଳ ମାଟି ଯେବେ କରିବସେ ଦଗା

ତା ଅଭିସନ୍ଧି ମୂଳକ ସ୍ୱାର୍ଥ ପୂର୍ତ୍ତି ପାଇଁ

ତଥାପି ଆମେ ଉନ୍ମାଦିତ ହେଉ ସ୍ୱାଧୀନତାର ମୁକ୍ତ ତରଙ୍ଗରେ

ଆମ ଭିତରେ ନିନାଦିତ ହୁଏ ଜାତୀୟତା ଅତ୍ୟନ୍ତ ପ୍ରଖରେ। 


ସ୍ୱାଧୀନତା କଣ ବାସ୍ ସେ ଗୋରା ମାନଙ୍କର ପରାଧିନତାରୁ

ମୁକ୍ତିର ଅନ୍ୟ ଏକ ନାମ ହୋଇ ରହିଯିବ !

ଯେଉଁଠି ବଞ୍ଚିବା ପାଇଁ ଏତେ ସଂଘର୍ଷ ଓ ଶହ ଶହ ଶକ୍ତ ବିଡ଼ମ୍ବନା

ସ୍ୱାଧୀନତା କଣ ଏମିତି ଏକ ଦିବସ ପାଳନରେ 

କାଳ କାଳ ପାଇଁ ସୀମିତ ହୋଇ ରହିଯିବ !

ଅବଶ୍ୟ ଏତେ ସବୁ ଯନ୍ତ୍ରଣା ଭିତରେ ବି

ଆମେ ଦେଖୁ ଭବିଷ୍ୟତର ସ୍ୱପ୍ନ 

ନଥାଉ ପଛକେ ସେଠି ପୂର୍ତ୍ତିର କିଛି ସମ୍ଭାବନା 

ତଥାପି ତ୍ରିରଙ୍ଗା ହାତରେ ଧରି ଆମେ ଗର୍ବ କରୁ

ଆମ ଦେଶ ସ୍ଵାଧୀନ ବୋଲି

ହେଉ ପଛେ ଆମ ଅସ୍ତିତ୍ବ ସେ ସ୍ୱାଧୀନତାଠାରୁ ପୁରାପୁରି ଭିନ୍ନ। 


ଆହତ ଚଢ଼େଇକୁ ଯଦି ପଚରା ଯାଏ ସ୍ଵାଧୀନତାର ଅର୍ଥ

ସେ କଣ ଦେଇ ପାରିବ ତୁମ ପ୍ରଶ୍ନର ଉତ୍ତର !

ପଞ୍ଜୁରୀମୁକ୍ତ ହେବା ଯଦି ସ୍ୱାଧୀନତା ହୁଏ

ତେବେ ମାଟିରେ ଚାଲୁଥିବା ସେ ଡେଣାକଟା ଚଢ଼େଇ

କଣ ସତରେ ସ୍ଵାଧୀନ !

ସେ କଣ ମାପି ପାରିବ ଆକାଶ ଛାତିକୁ

ତା ମଥାରେ ଟେକିଧରି ଅଭାବୀ ପଗଡ଼ି 

ତଥାପି ସେ ଆକାଶକୁ ଚାହେଁ, ଖଣ୍ଡିଉଡା ଦିଏ

ତୁମ ତଥାକଥିତ ସ୍ୱାଧୀନତାରେ ଉତ୍ଫୁଲିତ ହୁଏ। 


ଆଜି ଦେଶ, ଶାସକ ଓ ଜନତା ସଭିଏଁ ବିଛିନ୍ନ

ସ୍ବାଧୀନତାର ସଂଜ୍ଞା ସଭିଙ୍କ ପାଇଁ ଭିନ୍ନ

କିଛି ସାଉଁଟି ନିଅନ୍ତି ଏ ମାଟିରୁ ପୁଳାପୁଳା ସ୍ଵପ୍ନ

ଆଉ ଅନେକ କିଛି ପଡ଼ି ରହନ୍ତି ନିର୍ବସ୍ତ୍ର ନିରନ୍ନ

ତଥାପି ଆମେ କହୁ ଯେ ଆମେ ସ୍ୱାଧୀନ

ହାତରେ ତ୍ରିରଙ୍ଗା ଧରି ଗାଇ ବସୁ ଜନ ଗଣ ମନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract