STORYMIRROR

Manas Ranjan Nayak

Abstract Inspirational

3  

Manas Ranjan Nayak

Abstract Inspirational

ମହାର୍ଘ ମୁହୂର୍ତ୍ତ

ମହାର୍ଘ ମୁହୂର୍ତ୍ତ

1 min
207

ବିତିଛି ବିତୁଛି ବିତିବ ବି ମଧ୍ଯ ବର୍ଷ ମାସ ଦିନ ଦଣ୍ଡ

ଲୁହ କୋହ ମୋହ ଛାଡିଦେବେ ଦିନେ ବତୁରା ଏ ମାଟିପିଣ୍ଡ

ପ୍ରଲମ୍ବିତ ହୁଏ ପ୍ରହର ନିର୍ଘଣ୍ଟ ଅପୋଷା ଉଦର ଚାଖଣ୍ଡ

ସକାଳର ତାଜା ଖବରେ ବଢିଛି ଜୀବନର ମାନଦଣ୍ଡ। 


କାମନା ପୀୟୂଷେ ଜୀବନ ଆୟୁଷ ଚହଲା ପାଣିର ଢେଉ 

ଅମଡା ବାଟର ପଥିକଟିଏ ତୁ ମାୟାରେ ଆବୋରି ହେଉ

ଅଶିକ୍ଷା ଦାରିଦ୍ର୍ଯ କବଳିତ ହୋଇ ଚେତନାଠୁ ଦୂରେ ଯାଉ

ଧର୍ମ ସମ୍ପ୍ରଦାୟେ ଆୟୁଧ ସଜାଇ ଦାନବତ୍ବ ଦୀକ୍ଷା ନେଉ । 


ବ୍ୟୟ କରିଦେଉ ପରମାୟୁତକ ସପନକୁ ଆୟ କରି

ମୂହୁର୍ମୂହୁ ଜଳୁ ଅନ୍ତର ଅନଳେ କପାଳରେ ହାତ ମାରି

ବସ୍ତୁବାଦୀ ହୋଇ ଅର୍ଥ ପଛେ ଧାଇଁ ହେବୁକି ସଂସାରୁ ପାରି

ଅମୃତ ଆଶ୍ଳେଷ ଭୋଗିବୁ ତୁ କେବେ ମୁହୂର୍ତ୍ତ ଯାଉଛି ସରି ? 


ଆକାଶ ମୁହାଁ ଐଶ୍ବର୍ଯ୍ଯ ସାଙ୍ଗକୁ ପୃଥିବୀ ମୁହାଁ ଜୀବନ 

ଅପ୍ରତିହତ ଅଭେଦ୍ଯ ତୋପାଇଁ ଦେହ ଭୂଗୋଳର ବନ୍ଧନ

ମହାର୍ଘ ମୁହୂର୍ତ୍ତ ପଚନରେ ତୋର ଚାଲୁଛି ହୃଦ୍ ସ୍ପନ୍ଦନ

ଶେଷଶଯ୍ୟାରେ ବିକଳ ରୋଦନ, ପାଇଲୁନି ନୀଳ ଆଲିଙ୍ଗନ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract