STORYMIRROR

Manas Ranjan Nayak

Tragedy Classics Inspirational

4.5  

Manas Ranjan Nayak

Tragedy Classics Inspirational

ଆତ୍ମୀୟ ରୁ ଆତତାୟୀ

ଆତ୍ମୀୟ ରୁ ଆତତାୟୀ

1 min
388

ପ୍ରାରମ୍ଭ ଓ ପରିସମାପ୍ତିରେ ଆବଦ୍ଧ ଅବଧିରେ, ଫି ଦିନ ଗଢାଯାଏ ଏଠି ପ୍ରଗତି ଅବା ଦୁର୍ଗତିର ଦୁର୍ଗ 

ପ୍ରାରବ୍ଧକୁ ପଛକରି କାଣିଚାଏ ପ୍ରସିଦ୍ଧି, ଟୋପେ ପରିତୃପ୍ତିର ପ୍ରାବଲ୍ୟତା, ବାଟକଢାଏ ନର୍କ ଅବା ସ୍ବର୍ଗ। 

ଜନ୍ମର ମହାର୍ଘ୍ୟ ମୁହୂର୍ତ୍ତରୁ ଅନାୟାସେ ସ୍ବମୁଖେ ପ୍ରାପ୍ତହୁଏ ଜୀବନାମୃତ, ସମ୍ପର୍କର ନିରୁତା ଆତ୍ମୀୟତା

ସଖା ସହୋଦର ସହ ଗଢିହୁଏ ପରିବାରରୁ ସମାଜ, ସହବାସ ସାନ୍ନିଧ୍ୟରେ ଗାଢ ହୁଏ ସମ୍ପର୍କର ସାନ୍ଧ୍ରତା। 


ସହଭାଗିତାର ନୈବେଦ୍ଯରେ, ସହଯୋଗର ମନ୍ତ୍ରରେ ବେଶ୍ ଆବେଗାପ୍ଳୁତ ଶୁଣାଯାଏ ଜୀବନର ଅନ୍ତଃସ୍ବର

ଦାୟିତ୍ୱବୋଧତା, କର୍ତବ୍ୟନିଷ୍ଠା ପରି ଅନୁଶାସନର ସୂକ୍ଷ୍ମ ଶୃଙ୍ଖଳରେ ଶୋଭାପାଏ ସଂସ୍କାର'ର ପରିସର। 

ବଢିଚାଲେ ଜୀବନ ନଦୀର ସୁଅ, ମିଶେ ଆସି ଅନାହୁତ ଏକାଧିକ ସ୍ରୋତ, ପ୍ରଖର ହୁଏ ସମୟର ଧାରା

ସ୍ବକୀୟ ସ୍ବୀକୃତିରେ ଆବୋରି ବସେ ଉତ୍ତରଣର ପରିବର୍ତ୍ତିତ ମାର୍ଗ, ସ୍ବଧର୍ମ ବିସ୍ମୃତ ଏବେ ଗତି ପଥହରା। 


ବଦଳେ ବି ଜୀବନର ଦୃଷ୍ଟିଭଙ୍ଗୀ, ମପାଯାଏ ପ୍ରତିଟି ପଲକର ପାର୍ଥିବତା, ଖୋଜାଯାଏ ସମ୍ପର୍କରେ ସ୍ବାର୍ଥ 

ସମୀଚିନ ଲାଗେ ସବୁ ପଦକ୍ଷେପ, ଯେଯାଏଁ ନିର୍ଦ୍ବନ୍ଦରେ, ନିର୍ବିଘ୍ନରେ ହେଉଥାଏ କାମନାର ସ୍ଥୂଳ ଚରିତାର୍ଥ। 

ସମ୍ମାନ ପାଲୋଟିଯାଏ ସର୍ତ୍ତଯୁକ୍ତ ସମ୍ବେଦନା ମାତ୍ର, ପ୍ରେମ ପ୍ରୀତି ପିଆଲାରେ ଉଠେ ପ୍ରତାରଣା, ପ୍ରତିହିଂସାର ଝଡ

ଆତ୍ମସମ୍ମାନକୁ ବାଜି ଲଗାଇ ଅଙ୍କାଯାଏ ପାରିବାପଣିଆର ଭ୍ରମ ସ୍ବପ୍ନ ରେଖା,ନୂଆ ଏ ଜୀବନର ମୋଡ! 


ତୀବ୍ର ହୁଏ ହଳାହଳ, ବଳିପଡେ ମାନବତ୍ବ, ଉଦଗାରିଉଠେ ଦାନବତ୍ବର ସୁପ୍ତ କଳୁଷିତ ଘୃଣ୍ୟ ଅଭିଳାଷ

ଏକଦା ଆତ୍ମୀୟ ଟିଏ ଆତ୍ମସ୍ଥ କରି ସମସ୍ତ ମାନବିୟ ମୂଲ୍ଯବୋଧ, ଆତତାୟୀଙ୍କ ପରି କରେ ପରିହାସ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy