STORYMIRROR

Manas Ranjan Nayak

Drama Classics Inspirational

3  

Manas Ranjan Nayak

Drama Classics Inspirational

ଦେବୀ

ଦେବୀ

1 min
118

ଦିଶିଲାଣି କାଶତଣ୍ଡୀର ଶୁଭ୍ର ମଖମଲି ବିଜୟ ଧ୍ବଜା

ଦେବ ଦାନବର ସରିନି ଯୁଦ୍ଧ,

ଆଜିବି ସେ ଦେବୀକୁ ଖୋଜା

ପାର୍ବଣ ପୁଲକରେ ଚଳଚଞ୍ଚଳ ମାନବୀୟ ପରମ୍ପରା

କାମନା ଯୁଦ୍ଧରେ ବିଜୟ ପାଇଁ

ଦେବୀପୂଜନର ଧାରା। 


ନବରାତ୍ରେ ନବଗୁଞ୍ଜରଣ,

ବିସ୍ମୃତ ସମର୍ପଣ ନୈବେଦ୍ଯ

ନିରୁତା ଆମୋଦ ସାଥେ ପାର୍ଥିବ

ମୋହଭିକ୍ଷାର ଉପପାଦ୍ୟ

ମା'ର ମୃଣ୍ମୟୀ ମେଢତଳେ ଥରୁଟେ

ସାଶ୍ରୁ କରିନେ ନିର୍ଣ୍ଣୟ

ପ୍ରାର୍ଥନା ହିଁ ବିଭୂତି ତୋ ଆଜନ୍ମ

ପାପରୁ ମୁକତି ନିଶ୍ଚୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama