STORYMIRROR

Manas Ranjan Nayak

Abstract Inspirational Others

4  

Manas Ranjan Nayak

Abstract Inspirational Others

ବାପା..ଏକ ବ୍ଯକ୍ତିତ୍ବର ବୈଶିଷ୍ଟ୍ୟ

ବାପା..ଏକ ବ୍ଯକ୍ତିତ୍ବର ବୈଶିଷ୍ଟ୍ୟ

1 min
39

କିଛି ପ୍ରାରବ୍ଧ ପୁଣି କିଛି ପ୍ରଲୁବ୍ଧକୁ ନେଇ ମଲାଟ ମଡାହୁଏ ବିଭୁଦତ୍ତ ଜୀବନ ପୁସ୍ତିକାରେ

କିଛି ସ୍ବକୀୟ ସ୍ବାକ୍ଷର ପୁଣି କିଛି ଆଲୋଡିତ ପରକୀୟା ପ୍ରଭାବ, ରଙ୍ଗତୋଳେ ପ୍ରତିଟି ପୃଷ୍ଠାରେ । 

ସମୟ ସହ ତାଳଦେଇ ବାହୁଥାଏ ଜୀବନର ଉଜାଣି ସୁଅ 

ଅନୁଭବ, ଅନୁରକ୍ତିର କାତ ଧରି

ସଂଘର୍ଷ ସହନଶୀଳତାର ମୁହାଣରେ, ମୁକ୍ତାସମ କିଛି ସମ୍ପର୍କର ମହାର୍ଘ୍ୟ ଉପଲବ୍ଧି ପରି। 


ଜନନୀ ଜଠରୁ ବାହାରି ଆତ୍ମୀୟତାର ଆଲୋକ ସ୍ପର୍ଶ ପରେ, ପହଁରିଚାଲେ ସେ ନୂତନ ପରିଧି

ଫି ଦିନ ଜିତେ ନୂଆ କିଛି ସମ୍ବନ୍ଧ, ରହେ କିଛି ଏକାନ୍ତ ନିଜସ୍ବ, ନିଅଣ୍ଟ ପଡେ ଅଳୀକ ଅବଧି। 

ପରଖିବାର ପୋଖତ ନଜରରେ ହାରିଯାଏ ବାପାଙ୍କ ପରି କିଛି ସମ୍ପର୍କର କାଉଁରୀ ମନ୍ତ୍ରରେ 

ଈଶ୍ବରୀୟ ଆଲୋଡନ ମୁହୂର୍ମୂହୁଃ ଶୁଭୁଥାଏ ତାଙ୍କ ଉଚ୍ଚାରିତ ପ୍ରତିଟି ଅମୃତ ଶବ୍ଦରେ। 


କ୍ଷଣିକେ ବଦଳୁଥାଏ ବହୁରୂପୀ ଦୁନିଆ, ପୁଣି କପୋଳକଳ୍ପିତ ଆଶ୍ବାସନା ର ସ୍ବର୍ଣ୍ଣାଭ ପାହାଡ

କାଣିଚାଏ ବଦଳେନି ବାପାଙ୍କ ଦୃଷ୍ଟିଭଙ୍ଗୀ, ଅସୀମ ପାରିବାପଣେ ପରିବାରକୁ ଶକ୍ତ ଉହାଡ। 

ରକ୍ତ ମାଂସର ଅବୟବରେ ବି ସମୁଜ୍ଜ୍ଵଳ ତାଙ୍କ ମାନବୀୟ ସଂକଳ୍ପ, ସମର୍ପଣ ଓ ସମ୍ବେଦନା

ନିରୁତା ଆତ୍ମବିଶ୍ୱାସ ଆଗରେ ତୁଚ୍ଛ ସାଜୁଥାଏ, ତମାମ ସ୍ବାର୍ଥାନ୍ବେଷୀ ପୁଳା ପୁଳା ସମବେଦନା। 


ଦୃଢ ଅନୁଶାସନ ର ଶକ୍ତ ଆବରଣ ତଳେ ସ୍ପନ୍ଦିତ ଏକ ସୂକ୍ଷ୍ମ ଦରଦୀ ସ୍ନେହାସିକ୍ତ ହୃଦୟ

ତ୍ଯାଗ ତିତିକ୍ଷାର ଅୟୁତ ଅଗ୍ନି ପରୀକ୍ଷାରେ ଯୁଗୋତ୍ତୀର୍ଣ ସେ ଅଦ୍ବିତୀୟ, ଅଜୟ, ସ୍ବୟଂଭୁ, ଅସ୍ତେୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract