STORYMIRROR

Manas Ranjan Nayak

Tragedy Inspirational

3  

Manas Ranjan Nayak

Tragedy Inspirational

ବିରୋଧାଭାସ

ବିରୋଧାଭାସ

1 min
126

ଚାରିଆଡେ ଏବେ ବିଜୟର ଅଫୁରନ୍ତ ମହୁଲି ନିଶା

ସ୍ବାର୍ଥୀ ସମ୍ଭାଷଣ ସାଜିଛି ଜୀବନ ତତ୍ତ୍ବର ପରିଭାଷା 

ସମର୍ଥ, ସମୁଜ୍ଜ୍ଵଳ ସାମ୍ରାଜ୍ଯ ଗଠନର ବାଜେ ଦୁନ୍ଦୁଭି

ନାରୀ'ର ନଗ୍ନ ରକ୍ତାକ୍ତ ଶରୀର କି ସଭ୍ୟତାର ସୁରଭି ? 


ସମ୍ବିଧାନେ କେବଳ ଧର୍ମନିରପେକ୍ଷତା'ର ସ୍ବଗତକ୍ତି

ପ୍ରାର୍ଥନା ପ୍ରାଙ୍ଗଣେ ମଧ୍ଯ ଧର୍ମ ନାମରେ ବିଭତ୍ସ ବିଭକ୍ତି

ସ୍ବାଧୀନତା ପରେ ସଂଘତି ଓ ସମାନତା'ର ସମାଚାର

ପୁନର୍ବାର ଶୁଭେ ଯୁଦ୍ଧବିଧ୍ବସ୍ତ ଅସହାୟର ଚିତ୍କାର । 


ଭବ୍ୟ ଦେବଭୂମି ଏବେ ଦୈନ୍ୟ ଦୁସ୍ଥ ଚେତନା କଳୁଷିତ

ଜରାଶ୍ରମ କି ସାଜେ ପିତାମାତାଙ୍କ ନିବାସ ସୁରକ୍ଷିତ? 

ଦାରୁଦିଅଁ ଲୋଡେ ଗୀତଗୋବିନ୍ଦର ଆବେଗପ୍ରବଣତା 

ତାଜା ଖବର ସାଜେ ଏବେ ଦାମ୍ପତ୍ୟର ଶେଷ ଆତ୍ମୀୟତା। 


ଶିକ୍ଷାର ଅଭାବେ ବି ଦିନେ ଥିଲା ମାନବତ୍ବର ଆଭାସ

ଜ୍ଞାନ ବିଜ୍ଞାନର ଉତ୍ତରଣେ କ'ଣ ଖାଲି ବିରୋଧାଭାସ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy