STORYMIRROR

Manas Ranjan Nayak

Drama Inspirational

4.5  

Manas Ranjan Nayak

Drama Inspirational

ଭବିଷ୍ଯତ ଭଉଁରୀ

ଭବିଷ୍ଯତ ଭଉଁରୀ

1 min
49

ଗତିଶୀଳତା କଣ ଜୀବନ ନା ଜୀବନ ହିଁ ଗତିଶୀଳତା? 

ବେଳାଭୂମିରୁ କଣ ପଢିହୁଏ ଜୁଆର ଭଟ୍ଟାର ପ୍ରମାଣିକତା! 

ବୀଜରୁ ଦ୍ରୁମ ର ସମ୍ଭାବନା କଣ ସବୁବେଳେ ସତ ଫଳେ? 

କଦବାଏ କେମିତି ମରୁଭୂମିରେ ବି ରକ୍ତ ଗୋଲାପ ଖେଳେ। 


ଦାମ୍ପତ୍ୟର କାଣିଚାଏ ସୁଖ ସଞ୍ଚି ସ୍ବପ୍ନ ଦେଖେ ସନ୍ତାନର

ସ୍ବପ୍ନ କୁହୁଡ଼ି ହଟେ, ସାମ୍ନା ହୁଏ ଯେବେ ସ୍ବାର୍ଥାନ୍ଧ ଔରୁସର। 

ଅଳୀକ ଐକାନ୍ତିକ ଭୋଗବାଦ ଭୁଲାଇଦିଏ ପିତୃଋଣ

ସ୍ବେଚ୍ଛାଚାରିତା ର ସ୍ଲୋଗାନ୍ ରେ ଯାହା ପଥହରା ଆମରଣ! 


ସମ୍ପର୍କଟିଏ ସଞ୍ଚରିଯାଏ ଆସକ୍ତିର ସୂକ୍ଷ୍ମ ବାଡ ଡେଇଁ

ଆବେଗାପ୍ଳୁତ ଆତ୍ମୀୟତାରେ ଜୀବନ କି ପୁଣି ଉଠେ ଚେଇଁ!

ପ୍ରୀତି ସମ୍ଭୋଗର କାଉଁରୀ ସ୍ପର୍ଶରେ ପରିତୃପ୍ତ ଦୀର୍ଘଶ୍ୱାସ

ଋତୁ ବଦଳିଲା ପରେ ପୁଣି କେବେ ବିଚ୍ଛେଦର ମଳମାସ। 


କେଇ ଦଣ୍ଡ ନିରୁଦ୍ଦେଶ୍ୟ ନିରୁଦ୍ଦିଷ୍ଟ ବିତିବା କଣ ଜୀବନ? 

କିଛି ନୀତି ଆଦର୍ଶର ପାଳନରେ ଜୀବନ ଏକ ଅଭିଯାନ। 

ସବୁ ସୂର୍ଯ୍ଯାସ୍ତ ପରେ ପ୍ରାଚୀରେ ଖେଳେନାହିଁ ନବୀନ ପ୍ରଭାତ

ପିତୃସତ୍ୟ ଚେତନାରେ ଶ୍ରୀରାମଙ୍କୁ ବି ବନବାସ ସମ୍ପାତ? 


ସାମର୍ଥ୍ଯ ପାରଦର୍ଶୀତାରେ ଫି କ୍ଷଣ ହେଉଥାଏ ଉତ୍ତରଣ

ନିମିଷେ ସଂହାର ଆସେ ଜିତେ ଖାଲି ଉନ୍ମୀଳିତ ସମର୍ପଣ। 

ଜୀବନ ମହାଯାତ୍ରାରେ ବ୍ରହ୍ମସ୍ତ୍ର ପରି ପ୍ରାପ୍ତହୁଏ ବନ୍ଧୁତ୍ବ

ସଂକ୍ରମିତ ଛଳନା ଟିଏ ପରିପ୍ରକାଶେ କୁତ୍ସିତ ମାନବତ୍ବ। 


ନିରୁତା ପ୍ରବାହମାନତା କଣ କେବଳ ଜୀବନର ଧର୍ମ? 

କେଇ ଦଣ୍ଡ ଆୟୁଷରେ ବୁଝିହୁଏ ନାହିଁ ନିଃଶ୍ବାସର ମର୍ମ। 

ଭୂତ ଅନୁତାପ ପରେ ଛନ୍ଦିଦିଏ ଏ କ୍ଷଣର ଆବିଳତା

ଭବିଷ୍ଯତ ପ୍ରହେଳିକା ମୟ ଭଉଁରୀ ପୂର୍ବର ନିରବତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama