STORYMIRROR

Sunanda Mohanty

Drama Action Inspirational

4  

Sunanda Mohanty

Drama Action Inspirational

ମୌସୁମୀ ଯାଇନି ଭୁଲି

ମୌସୁମୀ ଯାଇନି ଭୁଲି

1 min
346

ଆକାଶରେ ବଉଦ ଖାଲି

ମୌସୁମୀ ଯାଇନି ବାଟ ଭୁଲି

କେରଳ ଛୁଇଁ ଆସିଛି ଚାଲି

ରଜ ଦେଖିବ ଓଡ଼ିଶାରେ ବୋଲି

ଖାଇବ ପାନ ଖିଲି ଦିଶିବ ଓଠ ନାଲି

ଝୁମିବେ ଝିଅ ବୋହୁ ଗରମ ଯିବ ଚାଲି

ପୋଡପିଠା ସୁଆଦ ବାସିବ ଖାଲି

ରଜ ଦୋଳି ଗୀତ ତାସ ବାଗୁଡ଼ି ଖେଳ

ଝିଅ ବୋହୁ ମେଳ ଗରମ ନଥିବ

ମୌସୁମୀ ଆଇଛି ଚାଲି ଯାଇନି ବାଟ ଭୁଲି

କମ କଥା ନା କଣ !ରଜ

ମନମତାଣିଆ ହେବ ବୋଲି

ମୌସୁମୀ କଡ଼ ଲେଉଟାଇ

ଚାହେଁ ଆଜିକାଲି

ଆମ୍ବ ପଣସ କଦଳୀ ସପୁରି

ଖିଆ ହେବ ଦୋଳି ଝୁଲି

ବନସ୍ତେ ଡାକିଲା ଗଜ ହେବାକୁ ସଜ

 ମୌସୁମୀ କହେ ଖାଲି

ଝୁଲି ଝୁଲି ଫୁଲି ଫୁଲି

ମୌସୁମୀ ହସେ ଖିଲିଖିଲି

ଗରମ ଯାଇଛି ଚାଲି

ପାଦେ ଅଳତା ନାଲି ନାଲି

ଦୋଳି ରେ ଝିଅ ବୋହୁ ହସନ୍ତି ଖିଲିଖିଲି

ମୌସୁମୀ ଆସିଛି ବୋଲି

ଚାଷୀ ପୁଅ ହସେ ମଖମଲ୍ଲୀ

ବେଉଷଣ ଏ ବରଷ ଭଲ ହେବ ବୋଲି

ରଜ ପରବ ଓ ଚାଷ ଭଲ ହେଲେ

ଜିନ୍ଦାବାଦ ନେବ ମୌସୁମୀ ପକାଏ ଥିରି ଚାଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama