STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ପର୍ବ ଧାରେ ଗର୍ବିତ ଓଡ଼ିଶା

ପର୍ବ ଧାରେ ଗର୍ବିତ ଓଡ଼ିଶା

2 mins
387



ପର୍ବ ପ୍ରାୟ ନିତି ଦିନ ଶ୍ରମନ୍ଦିରେ

ପର୍ବ ପ୍ରିୟ ଜଗନ୍ନାଥ

ଓଡ଼ିଶାର ପର୍ବ ସବୁ ଠୁ ନିଆରା

ଭିନ୍ନତା ପରିଲକ୍ଷିତ 

ପର୍ବ ଅନୁଯାୟୀ ପିଠା ପଣା ମିଠା 

ଭିନ୍ନ ପର୍ବେ ଭିନ୍ନ ବିଧି

ଓଡ଼ିଶାର ସଂସ୍କୃତି ଓ ପରମ୍ପରା

ପ୍ରାୟ ବିଶ୍ଵରେ ପ୍ରସିଦ୍ଧି

ଗାଁ ଠାକୁରାଣୀ ଆରାଧନା ଧାରେ

ପର୍ବ ପ୍ରାୟ ଜଣା ଶୁଣା 

ଦେବ ଦେବୀ ପୁଣି ଭବ୍ୟ ମଣ୍ଡପରେ

ପର୍ବ ଧାରେ ଆରାଧନା

କେତେକ ନିର୍ଦ୍ଦିଷ୍ଟ ପର୍ବ ପାଳନର

ବିଧି ଅଟେ ଓଡ଼ିଶାର

ଓଷା ବ୍ରତ ପୁଣି ହେଉଛି ପାଳନ

ପର୍ବ ସମ ସମାହାର 

ମାଣବସା ଗୁରୁବାର ପୂଜା ବିଧି 

ପ୍ରିୟ ଓଡ଼ିଶା ରାଜ୍ୟର 

ଖୁଦୁରୁକୁଣି ଓ ଜହ୍ନି ଓଷା ପ୍ରାୟ

ଏଇ ଓଡ଼ିଶା ମାଟିର

ଭିନ୍ନ ଭିନ୍ନ ପର୍ବ ଧାରେ ପଟୁଆର

ପର୍ବ ଆଧାରିତ ପ୍ରାୟ

ପ୍ରତି ପର୍ବ ଧାରେ ଆନନ୍ଦ ଉଲ୍ଲାସ

ପୁଣି କୋଳାହଳ ମୟ 


ମନ ଆପେ ଆପେ ହୁଏ ଉଲ୍ଲସିତ

ପୂଜା ପର୍ବ ପର୍ବାଣୀରେ

ସ୍ବତଃ ପ୍ରବୃତ୍ତଃ ଭାବରେ ଉଚ୍ଚାଟ

ଖୁସି ଲହରୀ ମନରେ

କେହି କହିବା ଅବା ନିଜେ ବୁଝିବା

ନୁହେଁ କିଛି ଆବଶ୍ୟକ

ପ୍ରାୟ ପ୍ରତି ଘରୁ ନିହାତି ଉଠିବ

ପିଠା ପଣା ର ମହକ

ଭିନ୍ନ ଭିନ୍ନ ପିଠା ପଣା ର ସମ୍ଭାର

ପର୍ବ ଅନୁଯାୟୀ ପିଠା

ପରିବେଶ ହୁଏ ଉତ୍ସବ ମୁଖର

ଭାବ ସମ୍ପର୍କ ବି ମିଠା

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପିଠା

ପ୍ରିୟ ବି ଭିନ୍ନ ନାମରେ

ସଂକ୍ଷେପରେ କିଛି ତାଲିକା ପ୍ରସ୍ତୁତ

ଜଣା ଶୁଣା ସମାଜରେ

ମଣ୍ଡା ଓ ଗଇଁଠା,ଆରିସା,ଚକୁଳି

ସରପୁଳି ଓ କାକରା

ପୋଡ଼ ପିଠା,ରସ ଗୋଲା,ଛେନାପୋଡ଼

ଏଣ୍ଡୁରୀ ଓ ଦହି ବରା

ମକର ସଂକ୍ରାନ୍ତି ମକର ଚାଉଳ

ବନ୍ଧୁତ୍ଵର ନିଦର୍ଶନ

ପରଷ୍

ପର ଭାବ ଦୃଢ଼ତା ସ୍ବରୂପ

ହୁଏ ଆଦାନ ପ୍ରଦାନ

ସନ୍ତାନର ରୋଗ ନିବାରଣ ପାଇଁ

ଶାମ୍ବ ଦଶମୀ ପାଳନ

ମାଆ ହାତ ରନ୍ଧା ପିଠା ର ମହକ

ଘରେ ହୁଏ ପରିପୂର୍ଣ୍ଣ

କୃଷକ ଭାଇର ନୂଆ ଧାନ ଭାଜି

ଲିଆ ଗୁଡ ମିଶି ମୁଆଁ

ଧନୁ ସଂକ୍ରାନ୍ତି ରେ ଠାକୁରଙ୍କ ପାଶେ

ଲାଗି ହୁଏ ଧନୁ ମୁଆଁ

ପଣା ସଂକ୍ରାନ୍ତିରେ ପିଇବାକୁ ମଜା

ଅସହ୍ୟ ଖରା ଦିନରେ

ଘରେ ଘରେ ପଣା ହୁଅଇ ପ୍ରସ୍ତୁତ

ବଣ୍ଟା ହୁଏ ବି ବାହାରେ

କୁମାରୀ କନିଆ ମନ ଛନ ଛନ

ଆସେ ଯେବେ ରଜ ପର୍ବ

ପୋଡ଼ ପିଠା ସହ ପାନ ଖିଆ ମଜା

ଦୋଳିରେ ବି ଝୁଲି ହେବ

ଦଶହରା ପର୍ବ ସମ୍ପୂର୍ଣ୍ଣ ନିଆରା

ମେଢ଼ ଦେଖା ଖୁସି ମନେ

ଦଶ ପ୍ରକାରର ପିଠା ହୁଏ ଘରେ

ସୁଦଶା ବ୍ରତ ପାଳନେ

କୁମାର ପୂର୍ଣ୍ଣିମା ହୁଏ ଚାନ୍ଦ ପୂଜା

ଖଇ ଚକଟାରେ ଚାନ୍ଦ

ସଜ ବାଜ ହୋଇ କୁମାରୀ କନିଆ

ମନରେ ଖୁସି ଆନନ୍ଦ

ମାଣ ବସା ଗୁରୁବାର ପୂଜା ବିଧି

ପିଠା ଖିରି ମୂଳା ଭୋଗ

ଅଷ୍ଟମୀ ପୂଜନ ହଳଦୀ ପତରେ

ଏଣ୍ଡୁରୀ ପିଠା ସରାଗ

ଚିତା ଲାଗି ଦିନ ଚିତଉ ପିଠା ର

ମହତ୍ତ୍ଵ ରହିଛି ପରା!

ବକୁଳ ଗଇଁଠା ବୃକ୍ଷେ ଲାଗି ହୁଏ

ରହିଅଛି ପରମ୍ପରା

ରାକ୍ଷୀ ପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ତିଥି

ପିଠା ହୁଏ ଘରେ ଘରେ

ପିଠା ଆଉ ମିଠା ର ସମ୍ଭାର ପ୍ରାୟ

ଲାଗି ରହିଥାଏ ଘରେ

ପର୍ବ ପର୍ବାଣୀ ହିଁ ଖୁସିର ପସରା

ସୁସ୍ୱାଦୁ ଭୋଜନ ସହ

ନବ ପରିଧାନ ଆଭୂଷଣ ଧାରେ              

ମନ ପ୍ରାଣ ବି ତନ୍ମୟ 

ପୂଜା ପର୍ବ ପୁଣି ଯାତ୍ରା ଓ ଉତ୍ସବ 

ସମ୍ପର୍କର ସେତୁବନ୍ଧ

ପର୍ବର ଏ ରାଜ୍ୟ ଓଡ଼ିଶା ମାଟିରେ

ପର୍ବ ଧାରେ ହିଁ ଆନନ୍ଦ



Rate this content
Log in