Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ମା"

"ମା"

1 min
137



  ସେ ଜନନୀ ଜନ୍ମଭୂମି

     ସେ ଦେଶ ସେ ବିଶ୍ଵ

   ସେ ସହର ସେ ଗାଁ

     ସେହି ଆମରି ମା ।


    ସ୍ଵର୍ଗ ଠୁ ବଳୀ ଗରୀୟସୀ ସେ

     ସହନଶୀଳା ପାଳକର୍ତ୍ତ୍ରୀ

     ଜନ୍ମଦାତ୍ରୀ ଅଟେ ସେ ସର୍ଵଂସହା

     ତା ଠାରେ ଥାଏ କ୍ଷମା ଓ ଦୟା

     ମାଟି ଓ ଆକାଶେ ଗଢା ଟି ତା'ର କାୟା

      ସେହି ଆମରି ମା ।


    ତା ପାଇଁ ଆମ ପରିଚୟ ଟି

    ଗର୍ଭଧାରିଣୀ ସେ ଆମରି ମା

   ପ୍ରଥମ ଗୁରୁ ମାତୃଭାଷା ମାତୃଭୂମି ରେ

     ଭକ୍ତି ସଂଚାରଇ 

  ଏ ଧରାଧାମେ ସେହି ଆମରି 

    ସୂଚାଇ ଥାଏ ନାଁ

    ପାପ ପୁଣ୍ୟ ମଧ୍ୟେ ପାର୍ଥକ୍ୟ ଦେଖାଏ

    ଅଜ୍ଞାନ ରୂପକ ଅନ୍ଧକାର କୁ ଦୂରେଇ ଦେଇ

     ଜ୍ଞାନାଲୋକେ ଭରି ଦିଏ ଯେ

     ସେ ମୋ ପ୍ରିୟ ମା ।


    ସଂସ୍କାର ଠାରୁ ସଂସ୍କୃତି ଯାଏ

     ଜ୍ଞାନଦାତ୍ରୀ ସେ ମୋ ମା

    ନ୍ୟାୟ ଅନ୍ୟାୟ ଧର୍ମ ଅଧର୍ମ ମଧ୍ୟେ

     ପାର୍ଥକ୍ୟ ଦେଖାଇ ବୁଝାଇଥାଏ ଯେ

     ସଂସାର ର ସବୁ ସତ ମିଛର ମାୟା

    ସେ ନୁହେଁ ଆଉ କିଏ

    ସେ ମୋ'ର ପ୍ରିୟ ମା ।


     ଗାଁ ହୃଦୟେ ଦେଖେ

      ମୁଁ ମୋର ମା

    ସହର ବୁକୁରେ ଦର୍ଶନ କରେ

     ସ୍ନେହ ଶ୍ରଦ୍ଧା ର ପ୍ରତିମୂର୍ତ୍ତି ମୋ ମା

     ଦେଶେ ବିଦେଶେ ସମଗ୍ର ବିଶ୍ଵେ

    ଦେଖେ ମୋ ମମତାର ପ୍ରତିମୂର୍ତ୍ତି ମା ।


     ପରିବାର ଠାରୁ ପରିବେଶ

      ଦେଶ ଠାରୁ ସମସ୍ତ ବିଶ୍ଵ

     ସବୁଠି ମା'ର ମାୟା ଓ ଛାୟା

    ସେ ବୀରପ୍ରସବିନୀ ସୁରପ୍ରସବିନୀ

    ମୁକ୍ତି ଦାୟିନୀ ଭକ୍ତି ପ୍ରଦାୟିନୀ

    ଅଜ୍ଞାନ ଅନ୍ଧକାର ଦୂରକାରିଣୀ

     ସମଗ୍ର ଜୀବଜଗତର ମା ।


    ଶାନ୍ତି ର ପ୍ରତୀକ

    ମୁକ୍ତିର ପଥ ପ୍ରଦର୍ଶକ

   ଅନ୍ୟାୟ ଅଧର୍ମ ବିନାଶକ

   ଜନ୍ମ,କର୍ମ ଓ ଧର୍ମର ଜ୍ଞାନଦାତ୍ରୀ

     ଅସୁର ବିନାଶିନୀ

     ସନ୍ଥ ପାଳିନୀ ସେହି ଆମରି ମା ।


    ମା'ର ସମ୍ମାନ ମତୃ ଜାତି ର

       ସୁରକ୍ଷା ଓ ସମ୍ମାନ ନିମନ୍ତେ

     ପାଳଇ ମାତୃ ଦିବସ

     ଶାନ୍ତି, ମୈତ୍ରୀ ଓ ପ୍ରୀତି ରେ

     ଯେବେ ସଭିଙ୍କ ମୁଖେ ଫୁଟିବ ହସ

     ମା ମାଟି ଆମ ଜନ୍ମଦାତ୍ରୀ ମୁଖେ

       ଫୁଟିବ କାଳ କାଳକୁ ହସ

     ମଣିଷ ମଣିଷ ମଧ୍ୟେ ନ ଥିବ ହିଂସା ଓ ଦ୍ୱେଷ

       ସେବେ ହସିବ ଆମ ଜନ୍ମ ଦାତ୍ରୀ ମା

      ହସିବ ଆମ ଗାଁ ହସିବ ଆମ ସଂସାର

     ହସିବ ଆମ ଜନ୍ମ ମାଟି ହସିବ ଆମ ଦୁନିଆଁ ।


    


    


    


      

       


  

     


     

      


Rate this content
Log in

Similar oriya poem from Abstract