STORYMIRROR

SUSMITA MISHRA

Abstract Inspirational

3  

SUSMITA MISHRA

Abstract Inspirational

ଆମ ମାଆ

ଆମ ମାଆ

1 min
132


ମାଆ ,ମାଆ, ମାଆ, ଆମ ମାଆ ,

ପଛରେ ଆମର ହୋଇ ଠିଆ,

ହୋଇଥାଏ ଆମକୁ ସିଏ ସାହା,

ମାଆ, ମାଆ, ମାଆ, ଆମ ମାଆ ।

ମମତାମୟୀ,କରୁଣାମୟୀ ,

ସ୍ନେହମୟୀ , ସୁଗୁଣମୟୀ ,

ଲାସ୍ୟମୟୀ ,ଭାସ୍ୟମୟୀ ,

ଅଟଇ ଆମର ମାଆ ,

    ଆମେ ଯେ ତା ବିନା ,

ପାଉନି କିଛି ରାହା,ରାହା ।

ଶକ୍ତିଦାୟିନୀ ,ଭକ୍ତିଦାୟିନୀ ,

ସୁଖଦାୟିନୀ ,ଶାନ୍ତିଦାୟିନୀ ,

ପ୍ରେରଣାଦାୟିନୀ,ମଙ୍ଗଳକାରିଣୀ,

ଅଟଇ ଆମ ମାଆ,

ମାଆ ପାଇଁ ଆମେ ପାଉ ଗାଆଁ,

ତାପାଇଁ ଆମ ନାଆଁ, ଆମ ନାଆଁ,

ମାଆ ,ମାଆ ,ମାଆ, ଆମ ମାଆ ।

ସଂସାର ଆମ ମାଆର ଚରଣ ,

ମନୋକାମନା ଆମ ହୁଏ ପୁରଣ ,

ଆଶୀଷେ ତାର,ଆଶୀଷେ ତାର,

ପୂରଣ ହୁଏ , ସପନ ଆମର ,

ତା କୋଳେ ଯେ ,ରଖିଲେ ମଥା,

ବୁଝି ନିଏ ସେ ,ମନର ବ୍ୟଥା ,

ଦୁଖଃ ସୁଖରେ,ହାନି ଲାଭରେ,

କରିକି ଆମକୁ ଆହା ,

   ହୁଏ ସେ ଆମକୁ ସାହା ,

ସେ ଯେ ଆମ ମାଆ ,

    ସେ ଯେ ଆମ ମାଆ ,

ମାଆ ,ମାଆ ,ମାଆ ,ଆମ ମାଆ ।


Rate this content
Log in

Similar oriya poem from Abstract