STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

କେବଳ ତୋ ପାଇଁ ମୁଁ ଯେ ଗାଉଛି----

କେବଳ ତୋ ପାଇଁ ମୁଁ ଯେ ଗାଉଛି----

1 min
221


ସାତ ସୁରର ମୁଁ ସଙ୍ଗୀତ ହୋଇଛି ,

ସାରେ ଗାମା ପା ର ସରଗମ ଗାଉଛି।


ସୁର ତାଳ ଲୟ କୁ ମୁଁ ଯେ ମିଶାଇ,

ତୋ ପାଇଁ କେବଳ ମୁଁ ଯେ ନାଚୁଛି।


ତୁ ଯେ ମୋ ପାଇଁ ସ୍ବରର ଜ୍ବାଳା,

ତୁ ଯେ ମୋ ପାଇଁ ମନର ଉଜାଲା।


ତୁ ମୋ ପାଇଁ ସକାଳ ସୁନେଲୀ କିରଣ,

ତୁ ମୋ ପାଇଁ ସଞ୍ଜ ସୁଶୀତଳ ଅରୁଣ।


ମୁଁ ତୋ ପାଇଁ ସରି ସରି ସରିଯାଉଛି,

କେବଳ ତୋ ପାଇଁ ମୁଁ ଯେ ଗାଉଛି।


ତୋ ପାଇଁ ଦୀପରେ ହୋଇ ବଳିତା ,

ମୁଁ ଯେ ଜଳି ଜଳି ଯାଉଛି,

ତୋ ପାଇଁ ଆଖିରେ ହୋଇ ସରିତା ,

ମୁଁ ଯେ ଝରି ଝରି ଯାଉଛି।


ତୋ ପାଇଁ ଭାବରେ ହୋଇ କବିତା ,

ମୁଁ ଯେ ଲେଖି ଲେଖି ଯାଉଛି,

ତୋ ପାଇଁ କଳ୍ପନାରେ ହୋଇ କଳ୍ପିତା ,

ତୋ ପ୍ରେମେ ଡୁବି ଡୁବି ଯାଉଛି।


ତୋ ପାଇଁ ସଭିଙ୍କୁ ଛାଡି ମୁଁ ଯେ ଆସିଛି ,

ତୋ ଠାରେ ମୁଁ ସମର୍ପିତ ନିଜକୁ କରିଛି,

ତୋ ଚରଣ ତଳେ ଦେବୁ ଆଶ୍ରା ଟିକିଏ,

ଏ ଆଶା ନେଇ ତୋ ପାଦ ତଳେ ମୁଁ ପଡିଛି ।


କେବଳ ତୋ ପାଇଁ ମୁଁ ଯେ ଗାଉଛି ,

ସାତ ସୁରର ସଙ୍ଗୀତ ମୁଁ ଯେ ହୋଇଛି,

ତୋ ପାଇଁ ଭାବରେ ହୋଇ କବିତା ,

ମୁଁ ଯେ ଲେଖି ଲେଖି ଯାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy