ଅବୁଝା ଜହ୍ନ
ଅବୁଝା ଜହ୍ନ
ଅମାନିଆ ଦୁଷ୍ଟ ଜହ୍ନ ମୋ ବାଲକୋନୀରେ,
ଟିକେ ଦେଖା ଦେଉଛି ଟିକେ ଲୁଚି ଯାଉଛି,
ଖଣ୍ଡି ବାଦଲ ଫାଙ୍କରେ ।
କିଛି କହିବ କହିବ ଭାବୁଛି ହେଲେ କହିପାରୁନି ମୋତେ,
ମୁଁ କିଛି ବୁଝୁଛି କିନ୍ତୁ ନ ବୁଝିପାରିବାର ବାହାନା କରୁଛି,
ଅବୁଝା ଜହ୍ନ ସାମ୍ନାରେ ।
ରଣୀ ଫୁଲିଆ ଜୋଛନାରେ ଶୁଭ୍ର ଶେଫାଳୀର ଚାହାଣୀ,
ଉଦାସୀ ମନତଳେ ଟିକିଏ ରୋମାଞ୍ଚ ଭରୁଛି,
ମାଦକ ଭରିଛି ବାସ୍ନାରେ ।
ଜ୍ୟୋସ୍ନାୟୀତ ନିଶବ୍ଦ ରଜନୀ ଏକାନ୍ତରେ ଜହ୍ନ ଆଉ ମୁଁ.
ନୀରବ ଝଡର ସୂଚନା ଦୂର ଦିଗନ୍ତର ଚକ୍ରବାଳ ତଳେ.
ବିଭୋର ମୁଁ ଜହ୍ନ ରୋଷଣୀରେ ।
ଯୋଜନ ଯୋଜନ ଦୂରତା ତଥାପି ହାତ ପାହାନ୍ତାରେ.
ଛୁଇଁବାକୁ ହାତ ମୋର ଅଜାଣତେ ପ୍ରସାରିତ ହୁଏ.
ସେ ଯେ କଳଙ୍କ କାଳିମା ।
ବିସ୍ମୃତ ଚେତନଶକ୍ତି ତାର ଆକର୍ଷଣେ ଦୂର ଚାନ୍ଦ ସେ,
ନୀଳ କଇଁ ସାଜି ପାଇବାକୁ ତା ସାନିଧ୍ୟ୍ୟ ବିମୁଗ୍ଧ ତା ରୂପରେ .
ଢଳ ଢଳ ମୁକ୍ତାବିନ୍ଦୁ ନୟନ କୋଣରେ ।
