STORYMIRROR

Pratap Chandra Mishra

Fantasy

4  

Pratap Chandra Mishra

Fantasy

ଆଶ୍ୱସ୍ତି

ଆଶ୍ୱସ୍ତି

1 min
189


ଗ୍ରୀଷ୍ମ ପ୍ରକୋପେ ଅବଶ ଧରଣୀ

ମାଟି ଫାଟି କରେ ଆଁ,

ପହିଲି ରଜେ ଆଦ୍ୟ ଆଷାଢ଼ ବର୍ଷା ଝରେ, ପ୍ରକୃତି କୁ କରେ କିମିଆଁ ।


କେବେ ଭାସିଯାଏ ଶୁଭ୍ର ମେଘ ଖଣ୍ଡ

କେବେ ଘୋଟି ଆସେ କଳା ବଉଦ

ରଜସ୍ୱଳା ଧରା ପ୍ରଜନନ କ୍ଷମ

ଶସ୍ୟ ହେବ ଅଙ୍କୁରୋଦ୍ଗମ ।


ମଣ୍ଡୁକର ହୁଳ ହୁଳି ଲହରୀ

ସୁସ୍ୱାଗତେ ବିଭୋର ଥିବ

ଚଷା ପୁଅ ମନ କେଡେ ଉଲ୍ଲାସ

ବିଲରେ ଚଷୀ ପଲ୍ଲୀ ଗୀତ ଗାଉଥିବ।


ରିମ୍ ଝିମ୍ ପାଣି ପଡୁଥିବ ଝରି

ବାସ୍ନାରେ ମାଟି ମହକୁଥିବ,

ଓଳି ତଳ ପାଣି ଗାଆଁ ଦାଣ୍ଡେ

କାଗଜ ଡ଼ଙ୍ଗା ଭାସୁଥିବ ।


ପତ୍ର ଝଡା ତୃଣ ବୃକ୍ଷ ଯେତେ 

ଶୁଖିଲା ଶୁଖିଲା ଥିବେ,

ବରଷା ଛିଟା ରେ ପଲ୍ଲବିତ ହୋଇ 

ଗାଁ ଚତୁର୍ଦ୍ଦିଗ ସବୁଜିତ ହୋଇ ଯିବେ।


ଛନ ଛନ ହୋଇ ଯୁଇ, ଜାଇ, ହେନା, ମଲ୍ଲି, କେତକୀ 

ପୁଷ୍ପ ମହକି ଯିବେ,

ଅମାନିଆ ଭଅଁର ଏଫୁଲ ସେଫୁଲ ଚୁମି ଚୁମି ଯାଉ ଥିବେ।


ଘାସ ଗାଲିଚା ରେ ଟିକି ଘାସ ଫୁଲ

ସପ୍ତରଙ୍ଗି କଙ୍କି ଥିବେ, 

ଅମାନିଆ ଶିଶୁ ଦୌଡ଼ି ଦୌଡ଼ି 

ସେମାନଙ୍କୁ କାବୁ କରୁଥିବେ ।


ସର୍ପିଳ ନଈ ମଲା ପଡ଼ିଥିଲା

ଚେଇଁ ଉଠିଥିବ ବର୍ଷା ଯୋଗୁଁ,

ଦୁଇ କୁଳ ଖାଇ ଫୁଲେଇ ନଦୀ ଟା

ଭୟ ଦେଖାଇ ଧାଉଁ ଥିବ ସାଗରେ ଲୀନ ହେବାକୁ ।


ଧରଣୀ ପ୍ରେମିକା ବରଷା ନାୟକ

ଏକ ହୋଇଗଲେ ମନଜାଣି

ପ୍ରକୃତି ବକ୍ଷ ରେ ନବ ଉନ୍ମାଦନା

ସୃଷ୍ଟିରେ ବିଚିତ୍ର ଋତୁ ଚକ୍ରର ଏ କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy