STORYMIRROR

Pratap Chandra Mishra

Classics

4  

Pratap Chandra Mishra

Classics

ଶ୍ରଦ୍ଧା ରେ ସାଉଁଟେ ଶରଧା ବାଲି

ଶ୍ରଦ୍ଧା ରେ ସାଉଁଟେ ଶରଧା ବାଲି

1 min
298


ଖୁସି ରେ ହେଉବା ଯନ୍ତ୍ରଣା ଭାର

ଅଥୟ ମନ କୁ ଅଭୟ ଡୋର

ଡାକୁ ଥାଏ ଯେବେ କଳାଠାକୁର 

ଚିତ୍ତ ଖୋଜୁଥାଏ ଶାନ୍ତ ସ୍ଵାକ୍ଷର ll


କାଳିଆ ଠାକୁର ଚିଟାଉ ଦେଲେ 

ଶରଧାବାଲି କୁ ଏ ମନ ଘୁରି ଚାଲେ 

ବଡ ଦାଣ୍ଡ ଧୂଳି ମୁଣ୍ଡରେ ମାରି 

ମହୋଦଧି ରେ କ୍ଷଣେ ବୁଡ ସାରି ll


ଚକାନୟନ କୁ ଅନ୍ତର ରେ ଭଜି 

ଚର୍ମ ଚକ୍ଷୁ ରେ ଲୋତକ ଯାଏ ଭିଜି 

ଶ୍ରଦ୍ଧା ରେ ସାଉଁଟି ସରଧା ବାଲି 

ଆଗକୁ ଆଗକୁ ପାଦ ବଢଇ ଚାଲି 

ପରମବ୍ରହ୍ମ ଦର୍ଶନ ସାର୍ଥକ କରିବ ବୋଲି ll


ସଂଖ କ୍ଷେତ୍ରେ ବିରାଜ ଚତୁର୍ଦ୍ଧା ମୂର୍ତ୍ତି 

ଆତ୍ମା ପରମାତ୍ମା ଙ୍କ ବିରଳ କୀର୍ତ୍ତି 

ଭାବ ବିନୋଦିଆ ଚିହ୍ନେ ଭକ୍ତ କୁ 

ଭାବର ଠାକୁର ସାହା ସଦା ଚଉବାହାକୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics