ବୈଶାଖୀ
ବୈଶାଖୀ
କାଳ ଚକ୍ର ରେ
ବଳେ ଆସିଥାଏ
ଦ୍ଵିତୀୟ ଋତୁ ତା
ନାମ ବହେ ବୈଶାଖ ,
ହୁତ୍ ହୁତ୍ ଖରା
ଅଜାଡି ହୁଅଇ
ଗଛ ତରୁ ଲତା
ହୁଅଇ ଶୁଷ୍କ ।
ପ୍ରଖର ହୁଅନ୍ତି
ସୁରୁଜ ଦେବତା
ପଣା ସଂକ୍ରାନ୍ତି ଦିନ,
ସକଳ ପ୍ରାଣୀ ମାନବ
ସମେତ ଡହଳ ବିକଳ
କଲବଲ ହୁଏ ଜୀବନ ।
ବାୟୁ ମଣ୍ଡଳ ରେ
ଆଲୋଡନ ହୁଏ
ଅଚାନକ ହୁଏ ଝଡ଼ ବତାସ,
ଖିନ୍ ଭିନ୍ କରି
ଜନ ଧନ ମନ
ହୋଇ ଯା ' ନ୍ତି ସବୁ ହତାଶ ।
ବିପତ୍ତି ହେଲେ ବି
ପ୍ରକୃତି କୋଳରେ
ଆଧ୍ୟାତ୍ମିକ ଚିନ୍ତା ଥାଏ,
ବୈଶାଖ ମାସ ଧରମ
ମାସ ଯେ ପ୍ରଭୁ
ଧ୍ୟାନ, ଦାନ , ପରବ
ପାଳନେ ମନ ଥାଏ ।
ଅଂଶୁଘାତ ବ୍ୟାଧି
ବଢ଼ିଥାଏ ଗ୍ରୀଷ୍ମ ରେ
ବୈଶାଖୀ ଝାଞ୍ଜି ବହେ,
ଆମ୍ବ, ପଣସ,ସପୁରୀ
ଖଜୁରୀ,ଲିଚୁ, ତାଳ
ଫଳ ପାଚିଲା ଘୋଳଦହି
ସବୁଙ୍କ ମନ କୁ ମୋହେ ।
ବୈଶାଖ ପୂର୍ଣ୍ଣମୀ
ଚନ୍ଦନ ଯାତ୍ରା ରେ
କାଳିଆ ଠାକୁର ଆମ,
ଚାପ ଖେଳ ରେ
ଚନ୍ଦନ ଲେପନେ
ବିମାନେ ଆସନ୍ତି
ନରେନ୍ଦ୍ର ପୋଖରୀ ଧାମ ।
ମାନବ କୂଳ ଟା
ସୌଖିନ ପାଇଁ
ଲୁଟି ଚାଲିଲା ଯେତେ
ପ୍ରକୃତି କୋଳ,
କାଳ ବୈଶାଖୀ
ଛାତି କୁ ଥରାଏ
ବୈଶାଖ ବେଳେ,
ପ୍ରକୃତି ଖେଳେ ମାନବ
ସାଥିରେ ଅସହ୍ୟ ଖେଳ ।