STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ବର୍ଷା ଏବଂ ଖୁସି

ବର୍ଷା ଏବଂ ଖୁସି

1 min
158

ସମୟ ଗଡି ଚାଲିଥିଲା ତା ଗତି ପଥରେ

ଠିକ୍ ଅବାରିତ ବାରିଧାରା ପରି,

ମେଘ ଗରଜୁଥିଲା ଅସମୟଟାରେ

ଠିକ୍ ଟ୍ଯାଙ୍କର ରୁ ଗୁଳି ଗରଜିଲା ପରି,

ବର୍ଷା ବି ବର୍ଷୁଥିଲା ଅଦିନଟାରେ

ଠିକ୍ ପ୍ରୀୟା ଏକଲା ମନେପଡିଲା ପରି,

ସବୁ ବିସ୍ମୟ କିନ୍ତୁ ଅବିସ୍ମରଣୀୟ

ସବୁ ତ ବୀପରିତ କିନ୍ତୁ ଆକସ୍ମିକ

ସବୁ ଭୁଲିହେବ କିନ୍ତୁ

ଭୁଲି ହୁଏନାହିଁ ଏମାନଙ୍କର ପ୍ରକୋପ

ସମୟର ଶୁଅରେ ଗୋଟେଇଛି ଖୁସିର କାହାଣୀ 

ମେଘ ଗର୍ଜନ ରେ ଶୁଣିଛି ମୁଁ ଖୁସିର ହିଲ୍ଲୋଳ 

ଅବାରିତ ବର୍ଷାରେ ପାଇଛି ମୁଁ ଭିଜା ମାଟିର ଖୁସି ।।

ଏଠି ସବୁ ହନ୍ତସନ୍ତ ଅନ୍ଯ ଏକ ସନ୍ଦିକ୍ଷଣେ

ସମସ୍ତେ ପ୍ରତୀକ୍ଷାରେ ଦୋଳାୟିତ

ଆଉ ଏକ ଆଶା ଶିକ୍ତ ମୂହୂର୍ତ୍ତର ସନ୍ଧାନେ

ଠିକ୍ ଯେମିତି

ପହିଲି ବର୍ଷାକୁ ଚାତକ ର ପ୍ରତୀକ୍ଷା,

ଟୋପାଏ ସିନ୍ଦୂର ପାଇଁ କୁଆଁରୀ ର ପ୍ରତୀକ୍ଷା,

ବର୍ଷା ଭିଜା ଦେହ ପାଇଁ

ଆଉ ଏକ ଦେହରୁ ବିସ୍ଫୋରିତ ଉଷୁମର ପ୍ରତୀକ୍ଷା,

ପ୍ରଣୟୀ ପ୍ରୀୟା ପାଇଁ ରାତ୍ରିର ଅପେକ୍ଷା,

ଆଗାମୀକାଲି ପାଇଁ ଆଜିର ପ୍ରତୀକ୍ଷା

ଟିକେ ଖୁସି ପାଇଁ ମୁଁ ଆଜି ମରୁ ମରିଚିକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance