STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ସ୍ମୃତି ଅମାବାସ୍ୟା ପୂର୍ଣ୍ଣମୀ ଜହ୍ନ

ସ୍ମୃତି ଅମାବାସ୍ୟା ପୂର୍ଣ୍ଣମୀ ଜହ୍ନ

1 min
153


ସ୍ମୃତି ମୋର ନୀଳ ଜହ୍ନ

କେବେ କୋଇଲିର କୁହୁ

କେବେ ସମୁଦ୍ର ଜୁଆର ଢେଉ

ପୁନେଇଁ ରୁ ଅମାବାସ୍ୟା ଯାଉ

ସ୍ମୃତି ମୋର କୋଣାର୍କ ନର୍ତ୍ତକୀ

କେବେ ସେ କାରୁବାକୀ

କେବେ ପୋତାଶ୍ରୟ ମୁକସାକ୍ଷୀ

ସ୍ମୃତି ବାଇ ଚଢ଼େଇ ପରି ପକ୍ଷୀ

ସ୍ମୃତି ମୋର ମେଘ ରାତି

ବୈଶାଖ ତାତି ଶୀତର ରାଜୁତି

ପକ୍ଷୀ ଡେଣାର ଚଇତି

ସ୍ମୃତି ମୋ ନହେଉ ଇତି

ସ୍ମୃତି ସବୁଜ ବନାନୀ

କେବେ ଫୁଲ କାଦମ୍ବିନୀ

କେବେ ସିଂହ ବାହିନୀ

ସ୍ମୃତି କବିତାର ଆବାହନୀ

ସ୍ମୃତି ବି ମନ୍ଦାକିନୀ

ସ୍ମୃତି ଝରଣାରେ ପାଦ ଧୋଉ

ସ୍ମୃତି ମନ ପକ୍ଷୀ ଭାରି ଏକାକୀ

ସ୍ମୃତି ଭାବର ନାବରେ ପିରତି

ସ୍ମୃତି ସ୍ଵପ୍ନ ବିଧୁରା ମାୟାବିନୀ

ସ୍ମୃତି ଅରଣ୍ୟ ରୋଦନ କାଳ ରାତ୍ରୀ

କେବେ ଅମାବାସ୍ୟାର କଳା ଜହ୍ନ

କେବେ ପୁର୍ଣ୍ଣିମା ରାତିର ସୁନା ଜହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract