କଲାକର୍ମର ଫଳ ମିଳିବ ଅବଶ୍ୟ
ଲୋକେ କହିବେ ଭାଗ୍ୟରେ ଥିଲା
ଫଳିବ ଅଶେଷ
ସବୁ ଦେଖୁଛନ୍ତି ଉପରବାଲା ବିଶ୍ୱାସ
ମଣିଷକୁ ଦିଏ ମାରିବାକୁ ନିଶ୍ଵାସ
ଯିଏ ଦେଇଛନ୍ତି ଜନ୍ମ ଲେଖିଛନ୍ତି କର୍ମ
ଭୋଗିଲେ ଲଭିବୁ ଉଶ୍ୱାସ
ମାଣ ଧାନ ଗଉଣିକ ଉଧାର ନେଲେ
ଶୁଝିବାର ଆଶ୍ୱାସ
ଠକି ଶିଖିଲେ ବଢିବ ଆୟୁ ଧନ ଜନ ଯଶ
ପରନିନ୍ଦା ପରଚର୍ଚ୍ଚା କରିବାକୁ ଫର୍ଚ୍ଚା
କରନା ପ୍ରୟାସ
ଇଦଂ ଫଳ ଫଳେ ବହୁତ
ଶେଷକୁ ଭାଗଶେଷ
ଜୀବନଟା କେବେ ପ୍ରୀତି ଗୀତି
କେବେ ପୁଣି ଉପହାସ
ପ୍ରତିଟି କର୍ମ ଫଳିବ ଅବଶ୍ୟ
ଭଜ୍ୟକୁ ହରିଲେ ଦେଖିବ ଶୁନ୍ୟ ଆକାଶ
ବାଆକୁ ବାତାସ ପୁନେଇଁ ଉଆଁସ
ସବୁରେ ଦୀର୍ଘନିଶ୍ଵାସ