ସୁନେଲି ସକାଳ ବିଭୋର କରେ
ସକାଳ ପ୍ରଣାମଭାରେ ଭାର
ପ୍ରୀତି ପୁଲକରେ ସକାଳ ଜାଣିହୁଏ
କେମିତି କଟିବ ଦିନ ଆଜିର
ମନ କେତେବେଳେ କୋଉ ମନସ୍କ
ସକାଳ ଖବର ଭାରି ଜବର
ସକାଳ ପ୍ରଣାମ ପ୍ରଣାମୀ ଜଣେଇ
ଠାକୁରଙ୍କ ଠୁ ଆରମ୍ଭ କର
ଆତ୍ମବିଶ୍ୱାସ ଓ କ୍ରମ ପ୍ରକାଶ ଭିତରେ
ସକାଳ ସମ୍ପୂର୍ଣ୍ଣ ଆଜିର
ଆଜି କଥା କାଲି ନଥିବ ଆଜି କାମ
ଆଜି କର କାରିଗର
ପ୍ରତ୍ୟେକ ଏଠାରେ ଫଳ ବଦଳେ
ଫୁଲର ଯତ୍ନ ନିଅ ଅପାର
ସକାଳ ଜଣେଇଦିଏ
କେମିତି କଟିବ ଦିନ ଆଜିର
ମନ ଉପବନେ ମଧୁମାଳତୀରେ
ଆଳତୀ ଜୁହାର
ଭେଟଘାଟ ହେବ ବନ୍ଧୁ ବେଭାର
ମହୁମାଛି ଗୁଣୁଗୁଣୁ ନୂଆ ଭୁଆଷୁଣୀ
ଚୁଡ଼ି ରୁଣୁଝୁଣୁ ହୁଏ ସତ୍ୱର
ବଇଁଶୀ ବାଜୁଛି ଘୁଙ୍ଗୁର ନାଚୁଛି
ଘର ବାହାର ପୁଣି ପ୍ରକୃତି ଭିତର
ସକାଳ ପିନ୍ଧିଛି ଘୁଙ୍ଗୁର ନାଚୁଛି ଅସ୍ଥିର
ମନ ତରତର ବଣିଜ ବେପାର
ସକାଳ ଜୀବନ ଆଧାର
ସକାଳ ଐଶ୍ଵର୍ଗିକ ଭାବନାର ଉପଚାର
ସକାଳ ବତାଏ ଶିଖାଏ
ପର ନୁଁହଁ କେହି ସଭିଏଁ ନିଜର