ତୁମେ ନିଜେ ଇନ୍ଦ୍ରଧନୁ ଭଳିଆ
କଳା କଳା ଆଖି ଚକା ଚକା ମୁଁହଁ
ହସ ଭାରି ଟହଟହ ନାଲିଆ
ଭାବ ଭକ୍ତି ରସେ ତୁମେ ମନୁଆଁ
କରିଛ କି ମନ୍ତ୍ର ତନ୍ତ୍ର ଯନ୍ତ୍ର କିମିଆଁ
ସମସ୍ତେ ସୃଷ୍ଟି ଦେଖି ତଵ ଛାନିଆଁ
କିଏ କୋଉ ରଙ୍ଗ ମାଗିନେଇ ତଵ
ସୁନ୍ଦର ବୋଲାଇ ରହି ଦୁନିଆଁ
ଜାଣି ଏ ଦୁନିଆଁ ଦୁଇ ଗୋଟି ନିଆଁ
ଜନ୍ମି ସଂସାରେ କର୍ତ୍ତବ୍ୟ କର୍ମରେ
ହୋଇ ସର୍ବେ ଆଗୁଆ
ସୃଷ୍ଟିର ସତ୍ୟ ପରମ ଶାନ୍ତି ଓ ଆନନ୍ଦ
ରଙ୍ଗ ହେଉ ଯାହା ଭଳିଆ
ଚକା ଆଖି ତୁମେ ଭାରି ଛଳିଆ
କାହାକୁ ଦେଇଛ ଵୁଦ୍ଧି ପୁଣି ବିଦ୍ୟା
କରନା କାହାକୁ ହିନୀମାନିଆଁ
ମିଛ ଦୁନିଆଁର ସତ ଜାଣି ସତ୍ୟପଣିଆ
ତୁମକୁ ଭଜିବା ଭକ୍ତମାନିଆଁ
କଲାକାହ୍ନୁ ଜାଣ ଏତେ ହୁନ୍ଦର
କେଜାଣି କାହା ଭଳିଆ
ମାଆ ଯଶୋଦାଙ୍କୁ ଦେଖାଇ ବିଶ୍ୱବ୍ରହ୍ମାଣ୍ଡ
ପୁଣି ଶୀକୃଷ୍ଣ ସଖାଙ୍କୁ ବିଶ୍ୱରୂପ ଦେଖାଇ
କଳିରେ ବସିଛି ନୀଳାଚଳେ ନୀଳାଚଳିଆ