ସକାଳ ସୁଢ଼ଳ ଶୁଶୀତଳ
ଭୂଗୋଳ ଚଳଚଞ୍ଚଳ
ଫୁଲ ତୋଳ ଲୁହ ଢାଳ
ପୂଜିବାକୁ ଦେବତା ସକଳ
ପୂଜା ବେଳ ସକାଳ
ଓଁଧ୍ୱନି ଗୁଞ୍ଜରିତ ପକ୍ୱ ଫଳ
ଓଁ ରୁ ମନ ହୃଦୟ ଜାଗୁରିତ କାଳ
ଓଁ ଜପ ତପ ତାପ ଭାବ ବିହ୍ଵଳ
ପକ୍ଷୀ କାକାଳୀରେ ମନୋବଳ
ପ୍ରସ୍ଫୁଟିତ କଇଁ କାଳର କଳ
ବଢ଼ାନ୍ତି ଐଶ୍ବର୍ଗୀକ ତପ ଫଳ
କାକର ଢଳଢଳ
ପଦ୍ମ ପତରେ ଜଳ
ସବୁଆଡେ ରଙ୍ଗ ନୀଳ
ସକାଳ ସୁଢଳ ସୁନୀଳ
ସକାଳ ଜଣାଣ ଦିଏ ବଳ
କଳ କୌଶଳ ବେଳକାଳ ସକାଳ
ଦିନର ଵୁଗୋଳ ସକାଳ
କହେ ଚଉତିଶା କାକ ତାଳ ସକାଳ
ଖରା କି ତୋରା ଦିନ ବେଳ
ଆକୁଳ କି ବିକଳ ମନ ହୃଦୟ ତଳ
ବାକି ଅଛି ଉଧାର କେତେ ବକଳ ବିକଳ
ପରାଣ ଆକୁଳ ତତ୍କାଳ ଏ ସକାଳ
ଦୁଃଖରେ ଦିଏ ବଳ
ସୁଖରେ ଦିଏ ଖୁସି ବକଳ
ଆକୁଳ ଅଚଳ ଅଥଳ ଏ ସକାଳ