ସମୟର ଆହ୍ବାନ
ସମୟର ଆହ୍ବାନ
ସଫଳତା ପାଇବାକୁ ହେଲେ
ଚାଖିବାକୁ ହେବ ଅସଫଳତାର ସ୍ବାଦ
ଶୁଣିଛ କି କେହି କେବେ
ଦୁନିଆରେ ଏକା ଦିନେ ପାଲଟିଛି ବୁଦ୍ଧ ,
ସମୟର ଆହ୍ବାନକୁ ଯେ ଜୀବନେ
ସହୃଦୟେ କରିଅଛି ଗ୍ରହଣ
ସଫଳତା ନିଶ୍ଚିତରେ ଛୁଇଁଛି ତାକୁ
ଇତିହାସେ ରହିଛି ପ୍ରମାଣ ,
ମନର ସାଗରେ ଉଠେ ଅସୁମାରୀ ଢେଉ
ଲଂଘିବାକୁ ହୃଦୟର ବେଳାଭୂଇଁ
ସମୟ ଥାଉ ଥାଉ ଯେ ଶାନ୍ତ କଲା ତାକୁ
ଜୀବନେ ଅସଫଳ ସେ କେବେ ହୁଏ ନାହିଁ ,
ଏମିତି ବି ମନ ସବୁ କ୍ଷଣେ ଚଞ୍ଚଳା
ଶୁଣିବା ପାଇଁ ଚାହେଁନା ବିବେକ ର କଥା
ଯେ ଶୁଣିଛି ,ଯେ ମାନିଛି, ଧୈର୍ଯ୍ୟ ଧରି
ନଇଁ ନାହିଁ ଜୀବନେ ତା କେବେ ଦିନେ ମଥା ...।
