STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ସାହିତ୍ୟଘର 

ସାହିତ୍ୟଘର 

1 min
4


ପୁରୀ ମୋର ପ୍ରିୟ ସହର 
ଯେଣୁ ବଡ଼ ଠାକୁର ଜଗାଙ୍କ ଘର 
ପୁରୀରେ ପଞ୍ଚୁକ ପୁଣି ମହୋଦଧି ସ୍ନାନ 
ଆନନ୍ଦ ଦିଏ ଅପାର 
ପୁରୀ ମୋର ପ୍ରିୟ ସହର 
ବଡ଼ ନେତ ତାଙ୍କ ବଡଖିଆ ପ୍ରଭୁ ଜଗା 
ବସିଛନ୍ତି ଭାଇ ଭଉଣୀ ସାଥିର
ପତିତପାବନ ଅବା ନୀଳଚକ୍ର ବାନା 
ଉଡ଼େ ଫର ଫର କରୁ ଜୁହାର 
ପୁରୀ ମୋ ପ୍ରିୟ ସହର 
ପଞ୍ଚୁତୀର୍ଥ ପୁଣି ଶବ୍ଦ ଗନ୍ତାଘର 
ରଥ ଘିଡ଼ିଘିଡ଼ି ଯାଏ ଗଡିଗଡି 
ଭକ୍ତ ଭାବ ଭକ୍ତିର ପଟୁଆର 
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଜଗା 
କରନ୍ତି ମଣିଷ ଆଚାର ବିଚାର 
ଶିଖାନ୍ତି ଗଣିତ ଭୂଗୋଳ ଇତିହାସ 
 ସାହିତ୍ୟ ଅପାର 
ଯେମିତି ଆଜି ଅପରାହ୍ନ ତତ୍ପର 
ପୁରୀରେ ବଡ଼ଦେଉଳ ସେ ବଡ଼ମନ୍ଦିର 
କଳନା ନାହିଁ ଯାହାର 
ପୁରୀ ମୋ ପ୍ରିୟ ସହର 
ପ୍ରିୟ ଜନଙ୍କର ସମାହାର ଦେଖି ଏଠି 
ମନ ହୃଦୟରେ ଖୁସି ଅପାର
ପୁରୀ ମୋ ପ୍ରିୟ ସାହିତ୍ୟଘର ସହର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract