STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ଝଡର ସାମ୍ନା 

ଝଡର ସାମ୍ନା 

1 min
3


ବାପାଙ୍କୁ କହି କହି ଆଜି ପ୍ରଥମ 
ପୁଅ ହୋଟେଲ ଆସିଥିଲା 
ପଇସା ସଞ୍ଚୟ କରି କରି 
ପ୍ରଥମ ଅଭିଳାଷ ପୂର୍ଣ୍ଣ 
କରୁଥିଲା ବେଳେ ଦେଖିଲା 
ଭଦ୍ର ଧୋବ ଧାବଳିଆ ବାବୁ ସବୁ 
ଆସିଲେ ବସିଲେ 
କେତେ ରକମ ଦାମୀ ଆଇଟମ 
ବରାଦ ଵି କଲେ 
ଅଳ୍ପ କିଛି ଖାଇ 
ଛାଡି ଚାଲିଗଲେ 
ପୁଅଟି ବାପାଙ୍କୁ କହିଲା 
ସେଇସବୁ ଖାଦ୍ୟ କିଣିନେଇ 
ପଶୁ ପକ୍ଷୀଙ୍କୁ ଦେଇଦେଲେ 
କେମିତି ହୁଅନ୍ତା ଭଲା 
ବାପା କାଉଣ୍ଟର ବୟକୁ ପଚାରିଲେ 
ସେ କହୁଥିଲା ସେସବୁକୁ 
ଗରିବ ଗୁରୁବାଙ୍କୁ ଦିଆଯାଏ 
ବିନା ପଇସାରେ 
କିଏ ଦେଲା କିଏ ନେଲା 
ଦାତା କେହି ନୁହେଁ 
ଗ୍ରହୀତା ମଣିଷ ଭୋକିଲା 
ପଶୁ ପକ୍ଷୀଙ୍କ କଥା କିଏ ଏଠି 
ପଚାରୁଛି ଭଲା 
ପୁଅ ପ୍ୟାଣ୍ଟ ପକେଟରୁ କାଢିଲା 
ସରାଗାତ ଭାଙ୍ଗିବା ପରେ 
ଯାହା ବଳକା ଥିଲା 
ସେହି ଦାମରେ ଖାଦ୍ୟ କିଣି 
କୁକୁର ଆଗରେ ଥୋଇଲା 
ହେ ହେ କରି ବାଳକଟିଏ ଦଉଡି ଆସିଲା 
କୁକୁର ମୁଁହଁରୁ ଆହାର ଛଡେଇ ଖାଉଥିଲା 
ଦଇବ ବିଧାତାଙ୍କ ଇଛା 
କିଏ ରୋକିପାରିବ ବାପା କହୁଥିବା ବେଳେ 
ପିଲାଟି ସେଇ ପ୍ରଥମ ଓ ଶେଷ
କିଛି ଖାଇବାକୁ ହୋଟେଲ ଆସିଥିଲା 
ପ୍ରକୃତି ବକ୍ଷରେ ପ୍ରକୃତ ଖାଦ୍ୟ ଅଛି 
ବୋଲି ସଭିଙ୍କ ପାଇଁ ଭାବିନେଇଥିଲା 
ଏତିକି ବେଳେ ଝଡ଼ ଆସିବା କଥା ଶୁଣି 
ମନ ଓ ହୃଦୟ ଚହଲି ଗଲା 
ଅନେଶତ ମହାବାତ୍ୟା ମନେପଡୁଥିଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy