କୁମାରପୂର୍ଣ୍ଣମୀ ଜହ୍ନ ଗୋ
ଫୁଲ ବଉଳ ବେଣୀ
ଜହ୍ନ ନେଇଗଲା ମନ ଗୋ
ଫୁଲ ବଉଳ ବେଣୀ
ଜହ୍ନ ପରି ଚାନ୍ଦଉଦିଆ ବର
ପାଇବାକୁ ମନ ଗୋ
ଫୁଲ ବଉଳ ବେଣୀ
ଆଞ୍ଜୁଳେ ଆଞ୍ଜୁଳି ଟେକି
ଚଉରା ମୂଳେ ଦିନରେ ଗୋ
ଫୁଲ ବଉଳ ବେଣୀ
ସେ ସବୁ ପଦାର୍ଥ କରି ଚାନ୍ଦ
ଚକଟା ଲୁଚି ଖାଆନ୍ତି କୁଆଁରୀ
କନ୍ୟା ଗୋ ଫୁଲ ବଉଳ ବେଣୀ
ଗଭାରେ ଜୁଇ ପାଦେ ଅଳତା ନାଇ
ନୂଆ ଶାଢ଼ୀ ଚୁଡ଼ି ଟିକିଲି
ସିନ୍ଦୁରେ ସିନ୍ଦୁରୀ ଦିଶେ ସୁନ୍ଦରୀ ଗୋ
ଫୁଲ ବଉଳ ବେଣୀ
ପୁଚି ଖେଳିବାକୁ ମନ ଗୋ
ଫୁଲ ବଉଳ ବେଣୀ
ଜହ୍ନି ଓଷା କରି ଜହ୍ନି ଆଞ୍ଜୁଳି ଟେକି
ପୂର୍ଣ୍ଣମୀ ଦିନେ ସମାପ୍ତ ଗୋ
ଫୁଲ ବଉଳ ବେଣୀ
ପୂର୍ଣ୍ଣମୀର ଚକା ଜହ୍ନ ସୁନ୍ଦର
ମନ ନିଏ ଟାଣି କରି ହୁନ୍ଦର ଗୋ
ଫୁଲ ବଉଳ ବେଣୀ
ବେଣୀରେ ଗଜରା ଚିତାରେ ଚଉରା
ଦୀପ ଧୂପ ଫୁଲ ଚନ୍ଦନେ ଭରା
ଟିପି ଟିପି ଚନ୍ଦନେ କପାଳ ଶୋଭା ଗୋ
ଫୁଲ ବଉଳ ବେଣୀ
ପୁଚି ଖେଳିବାକୁ ମନ ଗୋ
ଫୁଲ ବଉଳ ବେଣୀ
ଠିଆ ପୁଚି ନାରଙ୍ଗ
ଗୋଡ଼ ଦୁଇଟା ସାରଙ୍ଗ ଗୋ
ଫୁଲ ବଉଳ ବେଣୀ
ଆଜି କଥା କାଲି ନାହିଁ ଗୋ
ଫୁଲ ବଉଳ ବେଣୀ
ମନ ନେଇ କିଣି
ଝିଅ ବୋହୁ ସ୍ନେହ ଶ୍ରଦ୍ଧା ବୁଣି
ଦେବା ଗୋ ଫୁଲ ବଉଳ ବେଣୀ