STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଶବ୍ଦ ବ୍ୟବହାରର ମହତ୍ତ୍ଵ

ଶବ୍ଦ ବ୍ୟବହାରର ମହତ୍ତ୍ଵ

1 min
299

ଶବ୍ଦ ବ୍ୟବହାରର ମହତ୍ତ୍ଵ


ମଣିଷର ଅନୁଭତି, ଶବ୍ଦ ଶବ୍ଦ ମଧ୍ୟରେ, 

ଅଛି ବହୁ ଅନ୍ତର,

ଛୁଇଁ ହୁଏନା, ଦେଖି ହୁଏନା, ନାହିଁ ଆଖି 

ହାତ ଗୋଡ଼ ଶବ୍ଦର.


ସମାଜରେ ବ୍ୟକ୍ତି ବ୍ୟକ୍ତିର ଶତ୍ରୁ ମିତ୍ର 

ବନନ୍ତି ଶବ୍ଦର ଉଚ୍ଚାରଣରେ

ଭାବିବାକୁ ହୁଏ ମନ ମଧ୍ୟରେ, କାହାକୁ 

ସମ୍ଭାଷଣ କରାହେବ କେଉଁ ଶବ୍ଦରେ.


ଶବ୍ଦ ହିଁ କରେ ମଣିଷ ମନକୁ ଶାନ୍ତ, ଭରଇ

ସ୍ନେହ ପ୍ରୀତି ମଧୁର ରାଗିଣୀର ମୂର୍ଚ୍ଛନା

ଶବ୍ଦ ହିଁ କରେ ମଣିଷ ମନକୁ ଭରେ ଯନ୍ତ୍ରଣା 

କୋହ ଓ ଲୁହର ଝରଣା.


ଶବ୍ଦ ମୁଖରୁ ଥରେ ହେଲେ ନିର୍ଗତ, ପୁଣି 

କେବେ ଶବ୍ଦ ଫେରସ୍ତ ହୁଏ ନାହିଁ

ନିଆରା ଶବ୍ଦର ବ୍ୟବହାର ମାପିବା ଭାରି 

କଷ୍ଟ, ଜ୍ୟାମିତିକ ସୂତ୍ର ନାହିଁ.


ଶବ୍ଦହିଁ କରେ ଅନ୍ୟର ଅପମାନ, ସେ ତେଣୁ

ସେ ବଚନେ ଶତ୍ରୁ ହୋଇ ଯାଆନ୍ତି

ମଧୁର ବଚନର ପ୍ରୟୋଗରେ, ବ୍ୟକ୍ତି ମିତ୍ର

ଓ ବିଶ୍ଵାସୀ ହୋଇ ଯାଆନ୍ତି. 


ଶବ୍ଦ ଔଷଧ ସଦୃଶ କାର୍ଯ୍ୟ କରେ, ଶରୀରର 

ଘାତ ଆଘାତ ସମ଼ୟରେ

ତେଣୁ ମାତୃ ଜାତି ପାଇଁ ନର୍ସିଂ କାର୍ଯ୍ୟ ଦିଆ

ଯାଏ ଏହି ଜଗତରେ.


କର୍ଣ, ଦୁର୍ଯ୍ୟୋଧନ ଓ ଦୁଃଶାସନର ଭାଷାରେ

ହୃଦୟର ନିଆଁ ବଢ଼ିଥିଲା ଯାଞସେନୀର

ତେଜିଥିଲା ଯୁଦ୍ଧ ମହାଭାରତରେ, ବିନା ଯୁଦ୍ଧରେ 

ସୂଚୀଅଗ୍ର ମେଦିନୀ ନାହିଁ, ଶବ୍ଦର ବ୍ୟବହାର.


ତେଣୁ ଶବ୍ଦ ସମ୍ଭାଳି କୁହନ୍ତୁ, ଶବ୍ଦାବଳୀ ସବୁ

ବ୍ୟବହାରରେ ରଖନ୍ତୁ ଅତୀବ ଧ୍ୟାନ

ଦେଖି କରି ଶବ୍ଦ ପ୍ରୟୋଗ କର ହେ ଭଉଣୀ 

ଭାଇ ଶବ୍ଦ ବଢାଏ ମାନ.  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract