STORYMIRROR

DR PRASANTA KUMAR BISWAL

Action Inspirational

4  

DR PRASANTA KUMAR BISWAL

Action Inspirational

ଧର୍ମ ଝୁରି ମରେ

ଧର୍ମ ଝୁରି ମରେ

1 min
279


ସଂସାର ତ ଏକ ଅଭିନୟ ମଞ୍ଚ 

ସବୁ ପ୍ରାଣୀ କଳାକାର,

ଭାଷାରେ ବେଶରେ ଯେତେ ଯେ ରଙ୍ଗିଲା

ହୋଇଗଲା ସେ ଅମର।

ଅଭିନୟ ବିନା ସଂସାର ଚାଲେନା

ଅପୋଷା ରହିବ ପେଟ,

ଚିକଣ ଚାକଣ ବୋଲିଲେ ଭାଷଣ

ତା ଘରେ ଲକ୍ଷ୍ମୀର ଭେଟ।

ଚାଟୁକାରୀ ଏଠି ଉତ୍କୃଷ୍ଟ କଳାଟି

କାର୍ଯ୍ୟ ହାସଲର ପନ୍ଥା,

ଅଜ୍ଞାନ, ସରଳ, ଡହଳ ବିକଳ 

ଜୀବନେ ସେ ହଟହଟା।

ଜୀବନ ତ ଏଠି ଦ୍ବନ୍ଦ୍ବ ର ମୈଦାନ

ପ୍ରତିଯୋଗୀ ଜଣେ ଜଣେ,

ବଳରେ ଛଳରେ ବିଜୟ ଆଶାରେ

ପ୍ରଧାବିତ ପ୍ରତି ମନେ।

ହେବାକୁ ଅଗ୍ରଣୀ ବାଇ ସବୁ ପ୍ରାଣୀ

ହଜେ ମଣିଷପଣିଆ,

ଅଧର୍ମ ହାଟରେ ଧର୍ମ ଝୁରି ମରେ

ଭରସା ଏକା କାଳିଆ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action