ସତର୍କ ସୂଚନା
ସତର୍କ ସୂଚନା
ରୋଗ ଦୂର ପାଇଁ ଲୋଡ଼ିବା କୁ ହେବ
ଡାକ୍ତର ଙ୍କ ପରାମର୍ଶ
ଗୁଣୀ ଓ ଗାରେଡ଼ି ପଣା ପାଣି ଆଦି
ଦୂରେଇ ଅନ୍ଧ ବିଶ୍ବାସ।
ବିଶ୍ୱାସ ରଖିଲେ ବିଜ୍ଞାନ ସନ୍ମତେ
ମିଳିବ ବିଭୁ ଆଶିଷ
ସଚେତନ ହୋଇ ସମାଜେ ଚଳିଲେ
ପ୍ରକୃତି ଦିଏ ଆୟୁଷ।
ପରିବାର ମଧ୍ୟେ ଏକତା ଶୃଙ୍ଖଳା
ଗଢେ ସୁନ୍ଦର ସଂସ୍କାର
ଭାଇ ବନ୍ଧୁ ପ୍ରୀତି ମମତାର ଡୋର
ଅବସାଦ କରେ ଦୂର।
ନିଜ ବୃତ୍ତି ପ୍ରତି ନିଷ୍ଠା ରଖୁଥିଲେ
କୃତି କୃତିତ୍ୱ ମିଳଇ
ଏଇ କଥା ପରା ପ୍ରଭୁ ଚାହିଁ ଥାନ୍ତି
ନିଜ ପଣେ ନିଜେ ଥାଇ।
ସତର୍କ ସୂଚନା କରିବ ହେ ଘେନା
ଅମୃତ ସନ୍ତାନ ଭାବେ
ଜଗନ୍ନାଥ ସ୍ଵାମୀ ମୁଞ୍ଚାଇବେ ଦୁଃଖ
ମଣିଷ ଯେ ଶ୍ରେଷ୍ଠ ଭବେ।
