STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସତର୍କ ସୂଚନା

ସତର୍କ ସୂଚନା

1 min
135


ରୋଗ ଦୂର ପାଇଁ ଲୋଡ଼ିବା କୁ ହେବ

        ଡାକ୍ତର ଙ୍କ ପରାମର୍ଶ

ଗୁଣୀ ଓ ଗାରେଡ଼ି ପଣା ପାଣି ଆଦି

        ଦୂରେଇ ଅନ୍ଧ ବିଶ୍ବାସ।


ବିଶ୍ୱାସ ରଖିଲେ ବିଜ୍ଞାନ ସନ୍ମତେ

       ମିଳିବ ବିଭୁ ଆଶିଷ

ସଚେତନ ହୋଇ ସମାଜେ ଚଳିଲେ

       ପ୍ରକୃତି ଦିଏ ଆୟୁଷ।


ପରିବାର ମଧ୍ୟେ ଏକତା ଶୃଙ୍ଖଳା

       ଗଢେ ସୁନ୍ଦର ସଂସ୍କାର

ଭାଇ ବନ୍ଧୁ ପ୍ରୀତି ମମତାର ଡୋର

       ଅବସାଦ କରେ ଦୂର।


ନିଜ ବୃତ୍ତି ପ୍ରତି ନିଷ୍ଠା ରଖୁଥିଲେ

       କୃତି କୃତିତ୍ୱ ମିଳଇ

ଏଇ କଥା ପରା ପ୍ରଭୁ ଚାହିଁ ଥାନ୍ତି

       ନିଜ ପଣେ ନିଜେ ଥାଇ।


ସତର୍କ ସୂଚନା କରିବ ହେ ଘେନା

        ଅମୃତ ସନ୍ତାନ ଭାବେ

ଜଗନ୍ନାଥ ସ୍ଵାମୀ ମୁଞ୍ଚାଇବେ ଦୁଃଖ

        ମଣିଷ ଯେ ଶ୍ରେଷ୍ଠ ଭବେ।


Rate this content
Log in

Similar oriya poem from Action