STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମଣିଷ ଖୋଜୁଛି ମଣିଷକୁ

ମଣିଷ ଖୋଜୁଛି ମଣିଷକୁ

1 min
5

ଦୁନିଆର ବଡ଼ ଦାଣ୍ଡେ ମଣିଷ ଖୋଜୁଛି ମଣିଷକୁ ବୁଝି ତ ପାରେନା କାହା ପାଇଁ କିଏ ଅଟକି ନ ଥାଏ ଦଣ୍ଡେ। ନିଜ ନିଜ ସ୍ୱାର୍ଥ ପାଇଁ ହଣା କଟା ଚାଲେ ପ୍ରତିଦିନ ସ୍ନେହ ସରାଗ ର ନାହିଁ ତ ଆଦର ଏଇ ମଣିଷ ଜୀବନ। ପ୍ରେମ ଏଠି ବିକା କିଣା ହୁଏ ଜାତିଆଣ ଭାବ ତଳେ ନିଷ୍ପେସିତ ସରଳ ପ୍ରେମିକ ପ୍ରେମିକା ମଣିଷ ପଣିଆ ଖୋଜୁଥାଏ। ନାରୀଟିଏ ଏବେ ନିର୍ଯାତିତା ନିଜ ଗୃହେ ଓ ବାହାରେ ନାହିଁ ଆଉ ଯୌଥ ପରିବାର ଆହା କହିବାକୁ କିଏ ବା କାହାରେ ?। ସବୁଠି ଶୁଭୁଛି ଅନ୍ୟାୟ ଦୁର୍ନୀତିର ସ୍ୱର ପ୍ରତିବାଦେ ପ୍ରତିହିଂସା ପାଉଛି ଉତ୍ତର ଗଣତନ୍ତ୍ର ନାମେ ସ୍ଵେଚ୍ଛାଚାର ଚାଲେ ମଣିଷ ଖୋଜୁଛି ମଣିଷକୁ ଏମିତିକା ଆଉ କେତେ ଦିନକୁ? । ମଣିଷ ଖୋଜୁଛି ମଣିଷକୁ ଏକ ସୁନ୍ଦର ରାମ ରାଜ୍ୟ ଗଢିବାକୁ ଯେଉଁଠି ନ ଥିବ ଧର୍ଷଣ ଶୋଷଣ ନ ଥିବେ କେହି ଅପରାଧ କରିବାକୁ। ମଣିଷ ଖୋଜୁଛି ମଣିଷକୁ ସ୍ଥାପିବାକୁ ଶାନ୍ତି ଚିରନ୍ତନ ଭାଇ ଚାରା ମଣିଷ ପଣିଆ ବସୁଧୈବ କୁଟୁମ୍ବକମ୍। ମଣିଷ ଖୋଜୁଛି ମଣିଷକୁ ଅମ୍ବୃତ ସନ୍ତାନ ଭାବେ ବିଶ୍ୱ ଶାନ୍ତି ନୁହେଁ ବେଶୀ ଦୂର ସବୁତ ସମ୍ଭବ ଭବେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action