ବିଚଳିତ ଆଜି ମଣିଷ
ବିଚଳିତ ଆଜି ମଣିଷ
କେତେ ବିଚିତ୍ର ଏବେ ଏହି ମହାମାରୀ ,ଦେଖ ଲାଗୁଛି,
ଆସିବା ଦିନରୁ ସିଏ ,କେତେ କେତେ ଜୀବନ ନେଇଛି |
ଲାଗୁଛି ଆସିଛି ସିଏ ,ହୋଇ ସତେ ବଡ଼ ଅହଙ୍କାରୀ
ମାନୁନାହିଁ କାହା ବୋଲ ଗର୍ଜୁଛି ସିଏ ହୁଙ୍କାର ମାରି |
ସାରା ଦୁନିଆ ଆଜି ପଡିଛି ତାର କୃର କବଳରେ ,
ହସୁଚି ଗର୍ବରେ ସିଏ ,ସମୟକୁ ଦେଖି ଆଖିଠାର ମାରେ |
ଆଜି ମଣିଷ ବଡ଼ ବିଚଳିତ ,ଦେଖି ନିଜର ସର୍ବନାଶ ,
ଦେଖୁଛି,କିନ୍ତୁ କିଛି କରି ପାରୁନାହିଁ ହୋଇଛି ବିବସ |
ଜୀବ ଚାଲିଗଲେ ,ପୁଅ ପତ୍ନୀ ଛୁଇଁ ନପାରନ୍ତି ମୁହଁ ,
ଦୂରରୁ ରହି ଖାଲି ଦେଖନ୍ତି ,ବୁକୁରେ ଧରି କୋହ |
ଶେଷ ଯାତ୍ରାର ମଶାଣି ଭୁଇଁରେ ,ଆତ୍ମୀୟ ନକରନ୍ତି କର୍ମ ,
ଏହି କରୋନା ମହାମାରୀ ,କରାଉଛି ଆଜି ସବୁ ଅଧର୍ମ |
ଦୋକାନ ବଜାର ଠାରୁ କଳ କାରଖାନା ,ବନ୍ଦ ରହୁଛି ,
ପେଟ ପାଇଁ ଆଜି ,ମଣିଷ ଲୁଚି ଲୁଚି କାନ୍ଦୁଚି |
ବିଦ୍ୟାଳୟ ଆଜି ବିଦ୍ୟାର୍ଥୀଙ୍କୁ ସବୁ ହୋଇଛି ଯିବାକୁ ମନା,
ଶିକ୍ଷାଦାନ ଆଜି ବ୍ୟବସ୍ଥା ଭିତରେ ,ସାଜିଛି ଏକ ବାହାନା |
ବିଚଳିତ ଆଜି ମଣିଷ ହୋଇଛି ,ଖୋଜୁଛି ବଞ୍ଚିବାର ରାସ୍ତା
ସବୁକିଛି ଏବେ ମହଙ୍ଗା ହୋଇଛି ,ଜୀବନ ହୋଇଛି ଶସ୍ତା |
ଅର୍ଥାଭାବେ ବିଚଳିତ ଆଜି ମଣିଷ ,ହାତ ଟେକି ବସିଛି ,
ଦରାଣ୍ଡି ହେଉଛି ,ବଞ୍ଚିବାର ରାସ୍ତା ନିଜେ ନିଜେ ଖୋଜୁଛି |
ମଶାଣି ଭୁଇଁରେ ନିର୍ଜୀଵ ଶରୀର ,ଧାଡିରେ ସବୁ ରହିଛି ,
ମୃତ୍ୟୁ ପରେ ଆଜି ଶେଷକ୍ରିୟା ପାଇଁ,ଅପେକ୍ଷାରେ ଅଛି |
ଏହି କରୋନା ଆସିଲା ,ସଂସାରରେ ଧ୍ୱଂସର ଲୀଳା କଲା
ପ୍ରତିବାଦ ପାଇଁ କେହି ନାହିଁ ,ମନ୍ଦିର ଝୁଲୁଛି ତାଲା |
ତାକୁ ଡରି ଲାଗେ ,ଏବେ ଦେବତା ଯାଆନ୍ତି ଲୁଚି ,
କିମ୍ବା ବିଚଳିତ ଆଜି ମଣିଷକୁ ,କିଛି ଶିକ୍ଷା ଦେଉଛି !
ବୁଝି ହୁଏ ନାହିଁ କିଛି ,ତେଣୁ ବିଚଳିତ ଆଜି ମଣିଷ ,
କରୋନାକୁ ଦୁନିଆରୁ ବିଦା କରିବାକୁ ,ନାହିଁ କାହାର ସାହସ |
ହସୁଚି କରୋନା ଦେଖି, ବିଚଳିତ ଆଜି ମଣିଷ ହେଉଛି ,
ଧୀରେ ଧୀରେ ସିଏ ,ତାହାର ପ୍ରଭାବ ବିସ୍ତାର କରୁଛି |
